ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଠାରେ ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ସମାବେଶ

ରାଉରକେଲା ଠାରେ ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ସମାବେଶ

ରାଉରକେଲା / ଜର୍ମାନୀ କ୍ଲବ (ମେସ୍କୁଲାର ଭବନ) ଠାରେ ସୁନ୍ଦରଗଡ଼ ଜିଲ୍ଲା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକ ର ମଧ୍ୟାହ୍ନ ଭୋଜନ ପାଚକ ପାଚିକା ଙ୍କ ଜିଲ୍ଲା ସମାବେଶ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ପାଚକ ପାଚିକା ମହାସଂଘ ର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ବାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାବେଶରେ ରାଉରକେଲା ବିଧାୟକ ତଥା ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଚିକା ମା ମାନେ ବହୁ ଦିନ ଧରି କମ ପାରିଶ୍ରମିକ ରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟ କରିଆସିଥିବା ରୁ ସମଗ୍ର ଓଡ଼ିଶା ରାଜ୍ୟ ପାଚିକା ମା ମାନଙ୍କୁ ଧନ୍ୟବାଦ୍ ଦେବା ସଙ୍ଗେ ସଙ୍ଗେ ପାଚିକା ମା ମାନଙ୍କ ମୂଳ ୧୦ ଦଫା ଦାବି ଗୁଡ଼ିକ ପୂରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମା ମାନଙ୍କ ପାଇଁ ରାଜ୍ୟ ସଂଘ ତରଫରୁ ନିର୍ଦ୍ଧାରିତ ଶାଢୀ ବଣ୍ଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଜୁ ଶ୍ରମିକ ସାମ୍ମୁଖ୍ୟ କେନ୍ଦ୍ର ର ମୁଖ୍ୟ ସଂଯୋଜକ ତଥା ହିନ୍ଦ୍ ମଜଦୁର ସଭା ର କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ ଯୋଗ ଦେଇ ମା ମାନଙ୍କୁ ଅତି ଶୀଘ୍ର ନିଯୁକ୍ତି ପତ୍ର ସହ ପ୍ରମାଣ ପତ୍ର ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ମା ମାନଙ୍କ ର ବକେୟା ଥିବା ଟ ୩୦ ହଜାର ତୁରନ୍ତ ପୈଠ କରିବାକୁ ଦାବି କରିଥିଲେ।ପାଚକ ପାଚିକା ମହାସଂଘ ରାଜ୍ୟ ମୁଖ୍ୟ ସଂଯୋଜକ ନିରଞ୍ଜନ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଗାମୀ ଡ଼ିସେମ୍ବର ମାସରେ ହେବାକୁ ଥିବା ୧ଲକ୍ଷ ପାଚକ ପାଚିକା ମାନଙ୍କ ର କେନ୍ଦ୍ର ସରକାର ବିରୋଧ ବିକ୍ଷୋଭ ସମାବେଶ ସମ୍ପର୍କରେ ଘୋଷଣା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁନ୍ଦରଗଡ଼ ଜିଲ୍ଲା ପାଚିକା ମା ମାନଙ୍କୁ ଏକାଠି ହୋଇ ମୌଳିକ ଦାବି, ନିଜର ଅଧିକାର ପାଇଁ ଅଗ୍ରସର ହେବାକୁ ଉତ୍ସାହିତ କରିଥିଲେ। ରାଜ୍ୟ ପାଚକ ପାଚିକା ମହାସଂଘ ତରଫରୁ ସୁନ୍ଦରଗଡ଼ ଜିଲ୍ଲା ସଭାନେତ୍ରୀ ଭାବେ ଶାନ୍ତି ଲୋହାର ଙ୍କ ନାମ ଘୋଷଣା କରିବା ସଙ୍ଗେ ସଙ୍ଗେ ରାଜ୍ୟ କାର୍ଯ୍ୟକାରି ସଭାନେତ୍ରୀ ସରୋଜିନୀ କୁସୁରା, ସାଧାରଣ ସମ୍ପାଦକ କାର୍ତ୍ତିକ ସା, ସମ୍ପାଦକ ସୁରେନ୍ଦ୍ର ଧାରୁଆ, କୋଷାଧ୍ୟକ୍ଷ ସନ୍ଧ୍ୟା ରାଣୀ ସ୍ବାଇଁ, ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଦୀପାଳି ଯାଦବ ପ୍ରମୁଖ ୧୦ ଦଫା ଦାବି କୁ ପୂରଣ ପାଇଁ ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀ ନାୟକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶ୍ରମିକ ନେତା ରାଜ୍ୟ ହିନ୍ଦ୍ ମଜଦୁର ସଭା ର ଉପ ସଭାପତି ଅକ୍ଷୟ କୁମାର ନାୟକ, ସମ୍ପାଦକ ପ୍ରମୋଦ କୁମାର ଦାସ, ଚିତ୍ତରଞ୍ଜନ ଜେନା, ସନ୍ତୋଷ ନାୟକ ପ୍ରମୁଖ ଯୋଗ ଦେଇ ମା ମାନଙ୍କ ସମସ୍ତ ମୌଳିକ ଦାବି ଗୁଡ଼ିକୁ ସମର୍ଥନ ଜଣାଇଥିଲେ। ଶେଷରେ ଅଞ୍ଜଳୀ ବିଶ୍ବାଳ ଧନ୍ୟବାଦ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଚତୁର୍ଥ ରାଷ୍ଟ୍ରୀୟ ଲୋକଅଦାଲତ ରେ ୧୭୬୦ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୫୬୧୩୯୦୦ ଟଙ୍କା ଆଦାୟ ହୋଇଛି

masiha

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମାରୋପ ସମାରୋହ  ସକରାତ୍ମକ ଭାବନା ନୂଆ ସମାଜ ଗଠନରେ ସହାୟକ: ଶ୍ରୀ ତନ୍ତୀ 

masiha

ବଡଧାରପୁରରେ ମିଶନ ଶକ୍ତି ଗୃହ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!