ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛଉ ଓ ଝୁମର ଲୋକାନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଛଉ ଓ ଝୁମର ଲୋକାନୃତ୍ୟ ମହୋତ୍ସବ ଅନୁଷ୍ଠିତ

 ମୟୂରଭଞ୍ଜ – (ମସିହା)ରାଇରଙ୍ଗପୁର ନିକଟବର୍ତ୍ତୀ ରେଙ୍ଗାଳବେଡା ଗ୍ରାମରେ ପୁରାତନ ସାଂସ୍କୃତିକ ଅନୁଷ୍ଠାନ “ରେଙ୍ଗାଳବେଡା ଛଉ ନୃତ୍ୟ ଅନୁଷ୍ଠାନ “ପକ୍ଷରୁ ‘ଛଉ ଓ ଝୁମର ଲୋକନୃତ୍ୟ ମହୋତ୍ସବ ‘ଅନୁଷ୍ଠିତ ହୋଇଯାଇଛି. ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆର୍ଥିକ ସହାୟତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା କଳିଙ୍ଗ ପେସାଦାର ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ମନୋଜ ଦାସ, ବରିଷ୍ଠ ଆଇନଜୀବୀ ପଙ୍କଜ ଦାସ, ସାନପାଖଣା ସରପଞ୍ଚ ସାୱନା ମାଝୀ, ସମିତିସଭ୍ୟା ମଧୁସ୍ମିତା ବେହେରା ଯୋଗଦେଇଥିଲେ. ଏହି ଅବସରରେ ବର୍ଷିଆନ ଛଉନୃତ୍ୟ ଗୁରୁ ଗଣେଶ୍ୱର ମହାନ୍ତ ଓ ଛଉନୃତ୍ୟ ଶିଳ୍ପୀ ମାଗାତ ମାଝୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା. ପରେ ଚିତ୍ତାକର୍ଷକ ଛଉ ଓ ଝୁମର ନୃତ୍ୟ ପରିବେଷଣ କରାଯାଇଥିଲା ଯେଉଁଥିରେ ଚାରୋଟି ଛଉ ନୃତ୍ୟ ଦଳ ଓ ପାଞ୍ଚଟି ଝୁମର ନୃତ୍ୟ ଦଳ ଅଂଶଗ୍ରହଣ କରିଥିଲେ. କାର୍ଯ୍ୟକ୍ରମକୁ ବିଶିଷ୍ଟ ଝୁମର କଣ୍ଠଶିଳ୍ପୀ ମହାନ୍ତ ବବିତା କଇଲିୟାର ପରିଚାଳନା କରିଥିବାବେଳେ ପ୍ରଦୀପ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ. କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଅନୁଷ୍ଠାନର ସଭାପତି ସତ୍ୟନାଥ ମହାନ୍ତ, ସମ୍ପାଦକ ପୂର୍ଣଚନ୍ଦ୍ର ମହାନ୍ତ, ଛଉନୃତ୍ୟ ଗୁରୁ ବିଭୁତି ମହାନ୍ତ, ରାଜକପୁର ମହାନ୍ତ, ଭାଗବତ ମାଝୀ, ସଦସ୍ୟ ଚିନ୍ତାମଣି ରାଜ, ଚୈତନ୍ୟ ମାଝୀ, ଯୋଗେନ୍ଦ୍ର ମହାନ, ଦୁଃଖୁ ମହାନ୍ତ, ମାୟାଧର ମହାନ୍ତ, ମନୋଜ ମହାନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଲେଫ୍ରିପଡ଼ା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

Sunil Chandra Nayak

କାର୍ଯ୍ୟଭାର ଗ୍ରହଣ ପରେ ରାଇରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!