ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ ଏସ ପି ସି ଏଲ୍ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ମୃତ୍ୟୁ ଘଟଣା,ଚାକିରି ଓ କ୍ଷତିପୂରଣ ପ୍ରଦାନ ପାଇଁ ସି ଆଇ ଟି ୟୁ ସହିତ ଚୁକ୍ତିନାମା ସ୍ବାକ୍ଷରିତ

ଏନ୍ ଏସ ପି ସି ଏଲ୍ ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ମୃତ୍ୟୁ ଘଟଣା,ଚାକିରି ଓ କ୍ଷତିପୂରଣ ପ୍ରଦାନ ପାଇଁ ସି ଆଇ ଟି ୟୁ ସହିତ ଚୁକ୍ତିନାମା ସ୍ବାକ୍ଷରିତ

ରାଉରକେଲା/ ଏନ୍ ଏସ ପି ସି ଏଲ୍ ଅଧିନରେ କାର୍ଯ୍ୟରତ ଠିକା ସଂସ୍ଥା ମେଡୁଲାନ୍ସ ହେଲଥକେୟାର ରେ ଆମ୍ବୁଲାନ୍ସ ଡ଼୍ରାଇଭର ଭାବରେ କାମ କରୁଥିବା ଠିକା ଶ୍ରମିକ ରାକେଶ ସାହାରେ (୫୧) ଗତ ୧୬ ତାରିଖ ସକାଳ ୯.୧୫ ମିନିଟ ସମୟରେ କାମ କରୁଥିବା ସମୟରେ ଆମ୍ବୁଲାନ୍ସ ନିକଟରେ ପଡି ଯାଇ ଅସୁସ୍ଥ ହୋଇ ପଡ଼ିଥିଲେ। ପାଖରେ ଥିବା ସହକର୍ମୀ ମାନେ କାରଖାନା ମଧ୍ୟରେ ଥିବା ପ୍ରଥମେ ଏନ୍ ଏସ ପି ସି ଏଲ୍ ପ୍ରାଥମିକ ଚିକିତ୍ସା ଓ ଆର୍ ଏସ ପି ପ୍ରାଥମିକ ଚିକିତ୍ସା ପ୍ରଦାନ ପରେ ଆଇ ଜି ଏଚ କୁ ଆଣିଥିବା ସହକର୍ମୀ ମାନେ ପ୍ରକାଶ କରିଥିଲା ବେଳେ ଅବସ୍ଥା ଉଦବେଗଜନକ ଥିବାରୁ ଆଇ ଜି ଏଚ କୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଠିକା ଶ୍ରମିକ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଏନ୍ ଏସ ପି ସି ଏଲ୍ ୱାକର୍ସ ୟୁନିୟନ ( ସି ଆଇ ଟି ୟୁ) ର ସମସ୍ତ କର୍ମକର୍ତ୍ତା ଆଇ ଜି ଏଚ ରେ ପହଞ୍ଚିଥିଲେ ଓ ମୃତ ଶ୍ରମିକ ର ପତ୍ନୀ ଙ୍କୁ ଚାକିରୀ ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଠିକାଦାରଙ୍କ କୌଣସି ପ୍ରତିନିଧି ରାଉରକେଲା ରେ ନ ଥିବାରୁ ଶବକୁ ମର୍ଗ ହାଉସ୍ ରେ ରଖାଯାଇଥିଲା।ଗତ କାଲି ସକାଳେ ଠିକାଦାର ଙ୍କ ପ୍ରତିନିଧି ରାଉରକେଲା ରେ ପହଞ୍ଚିବା ପରେ ଏନ୍ ଏସ ପି ସି ଏଲ୍ କର୍ତୁପକ୍ଷ ଉପସ୍ଥିତ ରହି ତ୍ରିପାକ୍ଷିକ ଆଲୋଚନା କରାଯାଇଥିଲା ବେଳେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।

ଚୁକ୍ତିନାମା ମୁତାବକ ମୃତ ଠିକା ଶ୍ରମିକ ର ପରିବାର କୁ ଇଏସଆଇଇ, ପିଏଫ ର ସମସ୍ତ ସୁବିଧା ସହ ମାସିକ ପେନସନ ପାଇବେ, ମୃତ ଶ୍ରମିକ ର ବିଧବା ପତ୍ନୀ ଙ୍କୁ ଠିକାଦାର ଙ୍କ ଅଧିନରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ କଂପାନୀ କର୍ତୁପକ୍ଷ ପ୍ରତିଶ୍ରୁତି ପ୍ରଦାନ କରିବା ସହିତ କଂପାନୀ ର ଗୃପ ଇନ୍ସୁରାନ୍ସ ବାବଦରେ ୭.୫୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ କଂପାନୀ ସମସ୍ତ ପଦକ୍ଷେପ ଗ୍ରହଣ କରିବ। ଠିକା ସଂସ୍ଥା ପକ୍ଷରୁ ମୃତ ଶ୍ରମିକ ପରିବାରକୁ ୨ଲକ୍ଷ ୫୦ ହଜାର ଟଙ୍କା ମୃତ ଶ୍ରମିକ ଙ୍କ ବିଧବା ପତ୍ନୀ ଙ୍କ ବ୍ୟାଙ୍କ ଖାତାରେ ପ୍ରଦାନ କରିବା ସହ ଦାହ ସଂସ୍କାର ଖର୍ଚ୍ଚ କଂପାନୀ ପ୍ରଦାନ କରିବା ପାଇଁ ଚୁକ୍ତିନାମା ରେ ସ୍ଵାକ୍ଷରିତ କରାଯାଇଛି।

ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁନିୟନର ସଭାପତି ବିଷ୍ଣୁ ମହାନ୍ତି, ଉପ ସଭାପତି ବସନ୍ତ ନାୟକ,ସାଧାରଣ ସମ୍ପାଦକ ବିକ୍ରମ କୁମାର ଜଗତି, ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ, ଏନ୍ ଏସ ପି ସି ଏଲ୍ ଓରକର୍ସ ୟୁନିୟନ ର ସଂପାଦକ ଦିବାକର ମହାରଣା, ଆର୍ ସି ଡବ୍ଲୁ ୟୁ ସଂପାଦକ ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ସୁରଜ୍ ଦାସ, କୈଳାସ ବାଡତିଆ, ତ୍ରିଲୋଚନ ସାହୁ, ଶିଳ୍ପାଞ୍ଚଳ ଶ୍ରମିକ ସଭା ର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି,ମୃତ ଶ୍ରମିକ ଙ୍କ ପତ୍ନୀ ରୀନା ସାହାରେ, ବଡ଼ ଭାଇ ହେମନ୍ତ କୁମାର ସାହାରେ,ନରେଶ ସାହାରେ,ଗୋଲଘର ଅଞ୍ଚଳର ପ୍ରମୁଖ ବ୍ୟକ୍ତି ବନମାଳୀ ବେହେରା, ରାଧେଶ୍ୟାମ ମହାପାତ୍ର,ଶ୍ରୀମନ୍ତ ବର୍ମା, ଗଣେଶ ଲେଙ୍କା, ସୁଧାଂଶୁ ନାୟକ, ତପନ ରାଉତ, ରଞ୍ଜିତ ସୁନା ପ୍ରମୁଖ ଚୁକ୍ତିନାମା ରେ ଦସ୍ତଖତ କରିଥିଲା ବେଳେ ଏନ୍ ଏସ ପି ସି ଏଲ୍ ପକ୍ଷରୁ କାର୍ଯ୍ୟକାରୀ ମୁଖ୍ୟ ଜିତେନ୍ଦ୍ର କୁମାର ଦଳାଇ, ଡି ଜି ଏମ୍ ( ଏଚ ଆର୍) ମହେଶ କୁମାର ସୁଥାର,ଅନୁରାଗ ଶ୍ରୀବାସ୍ତବ,ରାଜୀବ ବୁରକାଟାକି ଓ ଠିକାଦାରଙ୍କ ପ୍ରତିନିଧି ଗୋପବନ୍ଧୁ ପାଣି ଚୁକ୍ତିନାମା ରେ ସ୍ଵାକ୍ଷର କରିଥିଲେ। ଚୁକ୍ତିନାମା ସ୍ବାକ୍ଷରିତ ପରେ ଆଜି ମୃତ ଶ୍ରମିକଙ୍କ ମର ଶରୀର ଆଇ ଜି ଏଚ ମର୍ଗ ହାଉସ୍ ରୁ ପରିବାର ବର୍ଗ ନେଇ ବେଦବ୍ୟାସ ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମଗଧା ପାଲିଲେ ହରାଲି ଉଆଁସ 

Sunil Chandra Nayak

ରାଇରଙ୍ଗପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ ପରିକ୍ରମା ‘ ଆନୁକୁଲ୍ୟରେ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ବ୍ଲକ ଅଧ୍ୟକ୍ଷା ଙ୍କ କଥା ରଖିଲେ ଉଠା ଜଳସେଚନ ବିଭାଗ,ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ

masiha

Leave a Comment

error: Content is protected !!