ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନତ କୁମାର ସାହୁ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ସନତ କୁମାର ସାହୁ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

କର୍ଲାମୁଣ୍ଡା: ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ୭ ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଛନ୍ତି କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା (ହଜାରୀପଡା) ଗ୍ରାମର ଜାତୀୟ ଯୁବ ସ୍ଵେଚ୍ଛାସେବୀ ତଥା କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ସନତ କୁମାର ସାହୁ l ସନତ କୁମାର ସାହୁ କୁଶୁର୍ଲା (ହଜାରୀପଡା) ଗ୍ରାମର ସ୍ବର୍ଗତ ଧନପତି ସାହୁ ଓ ଯୌବନି ସାହୁଙ୍କ ସୁପୁତ୍ର, ଶ୍ରୀ ସାହୁ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିଙ୍କ ନେତୃତ୍ୱ ରେ ଦୀର୍ଘ ୬ ବର୍ଷ ଧରି କର୍ଲାମୁଣ୍ଡା ବ୍ଲକ ଓ ମ. ରାମପୁର ବ୍ଲକ ର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ମୃତିକା ସଂରକ୍ଷଣ, ଜଲଛତ୍ର ଆଉ କେତେ ବେଳେ ବାନ୍ୟଜନ୍ତୁ ଓ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ପାନୀୟ ଯୋଗାଇଦେବା ସହ ମାଗଣା ସ୍ଵାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଆଉ କେତେବେଳେ ଦୁର୍ଘଟଣା ଘଟି ଥିବା ସ୍ଥାନରେ ଉପସ୍ଥିତ ରହି ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନ ନେବାର ବ୍ୟବସ୍ଥା କରିବା ସହ ରୋଗ ନିୟନ୍ତ୍ରଣ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରି ଲୋକମାନକୁ ସଚେତନ କରୁଛନ୍ତି l ତେଣୁ ସନତ କୁମାର ସାହୁଙ୍କୁ ଓଡିଶା ସରକାରଙ୍କ ଜଙ୍ଗଳ ଓ ପରିବେଶ ସୁରକ୍ଷା ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ବନବିଭାଗ ଭାବନୀପାଟଣା ତରଫରୁ ଜିଲ୍ଲା ବନବିଭାଗ ଅଧିକାରୀ ଶ୍ରୀ ଅନୁରାଗ ମିଶ୍ର ଓ ସମସ୍ତ ଜଙ୍ଗଲ ବିଭାଗର କର୍ମକର୍ତ୍ତାଙ୍କ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କେନ୍ଦୁଆ ଗ୍ରାମରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ

Sunil Chandra Nayak

ହେଁସଡା(ସାମିଲ ଗିଦିଘାଟୀ) ଅଙ୍ଗନବାଡ଼ି କେନ୍ଦ୍ରରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ତାଲା ଓ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!