ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୋକରିଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୪/୫ //କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରା ପର୍ଯ୍ୟଟନ ସ୍ଥଳୀରେ ରବିବାର ସ୍ୱଚ୍ଛ ଓ ପ୍ରଦୂଷଣ ମୁକ୍ତ ପରିବେଶ କାର୍ଯ୍ୟକ୍ରମ ଜରିଆରେ ପର୍ଯ୍ୟଟନ ସ୍ଥଳୀର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜନା ସଫାସୁତୁରା କରାଯାଇଛି। ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଛି, ହେଲେ ସଚେତନତା ଅଭାବରୁ ଅନେକ ପର୍ଯ୍ୟଟକ ବର୍ଜ୍ୟବସ୍ତୁକୁ ପର୍ଯ୍ୟଟନ ସ୍ଥଳୀର ଏଣେତେଣେ ଫିଙ୍ଗି ଦେଉଥିବା କାରଣରୁ ଅଳିଆ ଆବର୍ଜନା ହେଉଛି। ଏହାକୁ ଦୃଷ୍ଟିରେ ରଖି ରବିବାର ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, କମିଟିର କର୍ମକର୍ତ୍ତା ଘନଶ୍ୟାମ ନାଏକ, ଅଇରୀ ନାସନ ଚିନ୍ଦା, ସୁଧୀର କୁମାର ପାତ୍ର, ନିଳାମ୍ବର ନାଏକ, ଚକାଡୋଳା ପାତ୍ର, ବରାଡଙ୍ଗା ପଞ୍ଚାୟତ ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ, ଅରୁଣ କୁମାର ଅଗ୍ରୱାଲ, ରବି ନାରାୟଣ ଦାସ, ସଞ୍ଜୟ କୁମାର ସିଙ୍ଘଲ,ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଳ ହୋଇଥିଲେ। ଆଗକୁ ମଧ୍ୟ ପ୍ରତି ସପ୍ତାହରେ ପରିବେଶ ସୁରକ୍ଷା ପାଇଁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଜାରି ରହିବ ଓ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ୱଚ୍ଛତା ଉପରେ ସଚେତନ କରାଯିବ ବୋଳି ଉନ୍ନୟନ ସମିତି ପକ୍ଷରୁ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରିଷିଡା ଏକଳ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ଧର୍ମଗଡ଼:କେନାଲ ରେ ପାଣି ଯୋଗାଇବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ ଦାବୀ କଲା ବିଜୁ ଜନତା ଦଳ

Sunil Chandra Nayak

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ 

masiha

Leave a Comment

error: Content is protected !!