ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

ରାଉରକେଲା //ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ସଭାଗୃହରେ ସନ୍ଥକବି ଭୀମ ଭୋଇଙ୍କ ସ୍ମୃତିରେ ଆଲୋଚନା ସଭା ସହ ଭୀମଭୋଇଙ୍କ ଭଜନ ପରିବେଷଣ ଏବଂ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ସେକ୍ଟର-୬ ସ୍ଥିତ ମହିମା ଆଶ୍ରର ସାଧୁ କରୁଣାକର ଦାସ ଏବଂ ମୁଖ୍ୟ ବକ୍ତା ଭାବେ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶଙ୍କର ପ୍ରସାଦ ତ୍ରିପାଠୀ ଯୋଗ ଦେଇ ଭୀମଭୋଇଙ୍କ ଜୀବନୀ ଏବଂ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ପ୍ରତିକୂଳ ପରିବେଶ ଏବଂ ଉତ୍କଟ ଦାରିଦ୍ର୍ୟ ସତ୍ତ୍ବେ ମହାନ କବିଙ୍କ ଲେଖନୀ କାଳଜୟୀ ହୋଇ ପାରିଛି ବୋଲି ମତ ପ୍ରକାଶ ପାଇଥିଲା। ସଂସଦର ସଭାପତି ବ୍ରଜେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ଅତିଥି ମାନେ ଶୂନ୍ୟ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଦସ୍ୟା ସ୍ମିତା ମିଶ୍ର ମନ୍ତ୍ର ଉଚ୍ଚାରଣ କରିଥିବାବେଳେ ମୁଖ୍ୟ ଅତିଥଙ୍କ ସମେତ ମହିମା ଆଶ୍ରମର ଭକ୍ତ ସୁବାସ ଲେଙ୍କା, ସଞ୍ଜୟ ରଣା ଏବଂ କୈଳାଶ ଲେଙ୍କା ପ୍ରମୁଖ ଖଞ୍ଜଣୀର ତାଳେ ତାଳେ ଭୀମଭୋଇଙ୍କ ଭଜନ ପରିବେଷଣ ପରିବେଶକୁ ମନ୍ତ୍ରାୟିତ କରିଥିଲା। କାର୍ଯ୍ୟ କାରୀ ସଭାପତି ମନୋଜ ନନ୍ଦ ସ୍ବାଗତ ସମ୍ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳ ଭୀମଭୋଇଙ୍କ ସାହିତ୍ୟରେ ବିଶ୍ବ ଭାବ ଏବଂ ସାମାଜିକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସଂସଦର ଉପସଭାପତି ଶ୍ରୀମତୀ ରଶ୍ମିବାଳା ରାଉତରାୟ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀମତୀ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ କବି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ବରେ ଏବଂ କବି ସବିତା ବସ୍ତିଆ ଓ ସୁଶାନ୍ତ ନାୟକଙ୍କ ସଂଯୋଜନାରେ ଏକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ଅଜୟ କୁମାର ମହାନ୍ତି, ଶ୍ରୀମତୀ ମଞ୍ଜୁଳା ପାତ୍ର, ଉପେନ୍ଦ୍ର ବସ୍ତିଆ, ଶ୍ରୀମତୀ ମଞ୍ଜୁଳା କୁମାରୀ ରଥ, ପ୍ରତାପ କୁମାର ପଣ୍ଡା, ରଶ୍ମି ବାଳା ରାଉତରାୟ, କୁଞ୍ଜବିହାରୀ ରାଉତ, ବିଜୟିନୀ ଜେନା, ବ୍ରଜ ବିହାରୀ ଦାଶ, ଅର୍ଚ୍ଚନା ପାତ୍ର, ମୀନକେତନ ପଶାୟତ, ଶ୍ରେୟସୀ ସାହୁ, ସୁଶାନ୍ତ ନାୟକ, ସତ୍ୟ ବ୍ରତ ଦାସ, ସବିତା ବସ୍ତିଆ, ବ୍ରଜେନ୍ଦ୍ର ଦାଶ, ନୃସିଂହ ଚରଣ ବିଶ୍ବାଳ ପ୍ରମୁଖ କବିତା ପାଠ କରିଥିବାବେଳେ ଶ୍ରୀମତୀ ଅର୍ଚ୍ଚନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମଣ ନାଥ ଦାସ, ଇଂ.ପ୍ରତାପ କୁମାର ରାୟ, ଉମେଶ ଚନ୍ଦ୍ର ଜେନା, ଇଂ. ଅଶୋକ ପଟ୍ଟନାୟକ,ଡଃ. କିଶୋରୀ ଦାଶ, ବିଭୂ ପ୍ରସାଦ ନାୟକ, ପ୍ରଫୁଲ୍ଲ ସାମଲ, ଉର୍ବଶୀ ଦାସ ପତି, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଗଙ୍ଗାଧର ପୁହାଣ, ସସ୍ମିତା ପ୍ରଧାନ, ଇନ୍ଦ୍ରମଣି ମହାପାତ୍ର ପ୍ରମୁଖ ବହୁ ସାହିତ୍ୟିପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

Rayagada Forest Fire: 1000 Hectares of Forest Land Affected in First 5 Months

masiha

ଖୁର୍ସେଲଗୁଡା ଗ୍ରାମ୍ୟ ଜଙ୍ଗଲ ରେ ନିଆଁ,  ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ନିର୍ମାଣାଧୀନ ପୋଲ ର ଡାଇଭର୍ଶନ ରାସ୍ତା କାଦୁଅ ପଚ ପଚ : ପଥ ଚାରୀ ବାଇକ ଅରୋହି ବେହାଲ 

Sunil Chandra Nayak

Leave a Comment

error: Content is protected !!