ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ଅଭିଯାନ

ମୟୂରଭଞ୍ଜ – ୧୭/୧/୨୩ (ମସିହା)ମୟୁରଭଞ୍ଜ୍ ଜିଲ୍ଲା ରାଇରଙ୍ଗପୁର ସହରସ୍ଥିତ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ କର୍ମଚାରୀମାନେ ସଡକ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ସହର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ | ମଣିଷ ଜୀବନ ଦୁର୍ଲଭ ।ନିଜର ସୁରକ୍ଷା ନିଜ ହାତରେ । ରାସ୍ତାରେ ଯାଉଥିବା ଗାଡିମଟର ଥିବା ଲୋକମାନଙ୍କୁ ହେଲମେଣ୍ଟ୍ ପିନ୍ଧନ୍ତୁ ଏବଂ ଆପଣମାନଙ୍କର ଜୀବନ ରକ୍ଷା କରନ୍ତୁ ବୋଲି କହିଥିଲେ | ଗାଡ଼ି ଚଳାଉଥିବା ସମୟରେ ମୋବାଇଲ କାନରେ ରଖି ଗାଡ଼ି ଚଳାନ୍ତୁ ନାହିଁ ।କାର ରେ ଡ୍ରାଇଭର ଏବଂ ଆଗରେ ବସିଥିବା ବ୍ୟକ୍ତି ବେଲଟ ପିନ୍ଧନ୍ତୁ । ବାଇକରେ ଚାଳକ ଏବଂ ଆରୋହୀ ହେଲମେଟ ପିନ୍ଧନ୍ତୁ।ଗାଡ଼ିର ସରକାରୀ ଦସ୍ତାବିଜ୍ ସାଙ୍ଗରେ ରଖନ୍ତୁ ।ଦୃତ ଗତିରେ ଅନ୍ୟ ଗାଡ଼ିକୁ ଅତିକ୍ରମ କରନ୍ତୁ ନାହିଁ । ସରକାର ଙ୍କ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ ।ମଦ ପିଇ ଗାଡ଼ି ଚଲାନ୍ତୁ ନାହିଁ ଵୋଲି ରାସ୍ତାରେ ଯାଉଥିବା ଚାଳକ ଓ ପଥିକଙ୍କୁ ସଚେତନ କରାଇଥିଲେ । । ଉକ୍ତ ଇଲେକ୍ର୍ଟି କମ୍ପାନୀର କର୍ମଚାରୀ ମଧ୍ୟରେ ପରମେଶ୍ବର ଗିରି,ଚିତ୍ତରଂଜନ ମହାପାତ୍ର,ବ୍ରିଜେସ୍ କୁମାର,ବିଭୂତି ଭୂଷଣ ମହାନ୍ତ,ପିକନ୍ ପ୍ରଧାନ ସହ ବହୁ କର୍ମଚାରୀମାନେ ଉପସ୍ଥିତ ଥିଲେ |ଏହି ସଚେତନତାର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନେ ସଡକ ଉପରେ ଗାଡିମଟର ଯାଆସ ସମୟରେ ସାଙ୍ଗରେ ହେଲମେଣ୍ଟ ପିନ୍ଧିବା ଜୁରୁରୀ ବୋଲି କହିଥିଲେ ନଚେତ୍ ସେମାନଙ୍କର ଜୀବନ ପ୍ରତି ବିପଦ ଆସିପାରେ | ତେଣୁ ସାବଧାନତା ଆବଶ୍ୟକ ରହିଛି ।ଟିପିଓଏନଡିଏଲର ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବସ୍ ଧକ୍କାରେ ଯୁବକ ଗୁରୁତର 

Sunil Chandra Nayak

ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

National Technology Day observed by the Institution of Engineers (India) Rourkela 

Leave a Comment

error: Content is protected !!