ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ମୋଟର ସାଇକେଲ ଆରୋହୀ ମୃତ

ଡାବୁଗାଁ, ୧୭/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ପରଶୁବେଢା ଗ୍ରାମ ନିକଟସ୍ଥ ନଦୀ ପୋଲ ଉପରେ ସୋମବାର ରାତ୍ରିରେ ଏକଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ପରଶୁବେଢା ଗ୍ରାମ ନିକଟରେ ଥିବା ଭାରତମାଳା କ୍ୟାମ୍ପ-୧ ରେ କାର୍ଯ୍ୟରତ ମେଞ୍ଜର ଗ୍ରାମର ଦିବାନ ହରିଜନ (୨୦) ସୋମବାର ରାତ୍ରିରେ କାମ ସାରି ମୋଟରସାଇକେଲ ନଂ ଓଡି ୨୪ ସି ୬୩୭୦ ଯୋଗେ ନିଜ ଘରକୁ ଫେରୁଥିଲେ | ଫେରୁଟିବା ସମୟରେ ଭାସ୍କେଲ ନଦୀ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ସହ ଧକ୍କା ହୋଇଥିଲା | ଧକ୍କା ହେବା ଫଳରେ ଦିବାନ ଆହତ ହୋଇ ସେହି ସ୍ଥାନରେ ପଡିରହିଥିଲେ | ଦିବାନ ଆହତ ହୋଇ ରାତି ସାରା ଅତ୍ୟଧିକ ଥଣ୍ଡାରେ ପଡି ରହିବାରୁ ତାଙ୍କର ମୃତ୍ୟୁ ଘଟିଛି | ମଙ୍ଗଳବାର ସକାଳୁ ଗ୍ରାମର ଲୋକେ ରାସ୍ତା କଡରେ ମୋଟରସାଇକେଲ ସହ ଜଣେ ଲୋକ ପଡିଥିବା ଦେଖି ଥାନାକୁ ଖବର ଦେଇଥିଲେ | ଖବରପାଇ ଡାବୁଗାଁ ଆଇଆଇସି ସୁନୀଲ କୁମାର ପ୍ରଧାନ ଓ ସିଂସାରି ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ | ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଏନେଇ ମୃତକର ପିତା ଖଗୁ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୦/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାଓବାଦୀ ନାମରେ ବଟି ଆଦାୟ ଘଟଣା  ଅଭିଯୁକ୍ତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ  

masiha

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟି ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ , ୬ ଆହତ

Sunil Chandra Nayak

ନଦୀ ଭିତରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର , କାରଣ ଅପଷ୍ଟ, ହତ୍ୟା ନା ଅନ୍ୟକିଛି ପୁଲିସ ତଦନ୍ତ ଜାରି

masiha

Leave a Comment

error: Content is protected !!