ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ସ୍ବଛ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ

ରାଇରଙ୍ଗପୁରରେ ସ୍ବଛ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ

 ମୟୂରଭଞ୍ଜ – ( ମସିହା )ସାରା ବିଶ୍ବରେ ଶିଳ୍ପ ,କଳ, କାରଖାନା , ସିମେଣ୍ଟ ଜଙ୍ଗଲ, ବୃକ୍ଷ ନଷ୍ଟ,ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ସବୁକିଛି ବିଷମୟ ହୋଇ ପଡ଼ିଛି । ବସ୍ତୁବାଦୀ ଦୁନିଆରେ ଆଗକୁ ବଢ଼ିବାକୁ ଯାଇ ଶାରିରୀକ ଅସୁସ୍ଥତା ନେଇମୃତ୍ୟୁ ଯନ୍ତାରେ ପଡୁଛି ।ଲୋକ ବିଭିନ୍ନ ଦୁରା ରୋଗରେ ପୀଡିତ ହେଉଛନ୍ତି ।ଏଲୋପଥି ଖର୍ଚ୍ଚ ବହୁଳ ହେବା ସହ ରୋଗର ମୂଳତ୍ପାଟନ କରିପାରୁନାହିଁ । ପୁରାତନ ଯୁଗରେ ମୁନି, ଋଷିମାନେ ଗଛ,ଚେର,ମୂଳ,ପତ୍ରରେ ତିଆରି ପାରଂପାରିକ ଆୟୁର୍ବେଦ ରେ ଭରସା ରଖି ସହସ୍ରାଧିକ ବର୍ଷ ଵଂଚୁଥିଲେ ।ଆୟୁର୍ବେଦର ଜନକ ଦେବାଦେବୀଙ୍କ ଵୈଦ୍ଯ ହେଉଛନ୍ତି ଧନ୍ବନ୍ତରୀ ତଥା ବିଷ୍ଣୁଙ୍କ ଅବତାର ।ଏହି ଧନ୍ବନ୍ତରୀ ଜୟନ୍ତୀ ରାଇରଙ୍ଗପୁରର ଅଁଳାଡୁବାରେ ସ୍ବଛ ଭାରତ ସମୃଦ୍ଧ ଭାରତ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ଭାଗବତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ସନ୍ନିକଟ ଖଡଖାଇ ନଦୀରୁ ୫୧ ଜଣ ମହିଳା କଳଶ ଯାତ୍ରା କରି ଅଁଳାଡୁବାସ୍ଥ ଧନ୍ବନ୍ତରୀ ମନ୍ଦିରକୁ ଆଣି ସେଠାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ଅଂଚଳରୁ ପ୍ରସିଦ୍ଧ ବୈଦ୍ୟ, କବିରାଜମାନେ ଆସି ଯୋଗ ଦେଇଥିଲେ । ଘାସିରାମ ସାହୁ ସଭାମଂଚ ପରିଚାଳନା କରିଥିଲେ । ଡାକ୍ତର ପବିତ୍ର ମହାନ୍ତ ଆୟୁର୍ବେଦୟ ଜନକ ମହାପ୍ରଭୁ ଧନ୍ବନ୍ତରୀଙ୍କ ସମାଜ ରକ୍ଷା ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ମ୍ଯାନେଜିଂ ଟ୍ରଷ୍ଟି ବିଶିଷ୍ଟ ଵୈଦ୍ଯରାଜ ଭାଗବତ ମହାନ୍ତ ଟ୍ରଷ୍ଟରେ ଆଭିମୁଖ୍ୟ ତଥା ପାରମ୍ପରିକ ଚେରୀମୂଳି ଚିକିତ୍ସା,ଯୋଗ ଚିକିତ୍ସା, ପ୍ରାଣାୟମ ଦ୍ଵାରା ମଣିଷ ସମାଜ ବଡ଼ ବଡ଼ ରୋଗରୁ କମ ଖର୍ଚ୍ଚରେ ଭଲ ହୋଇ ପାରିବ ବୋଲି କହିଥିଲେ । ସରକାର କବିରାଜ,ବୈଦ୍ୟ ମାନଙ୍କୁ ଚିହ୍ନଟ କରି ପରିଚୟ ପତ୍ର,ସାମାଜିକ ସୁରକ୍ଷା,ବିନା ସୁଧରେ ଋଣ ଦେବା, ଔଷଧୀୟ ଯନ୍ତ୍ରପାତି ଦେବା, ଔଷଧୀୟ ବୃକ୍ଷ ଫାର୍ମ କରିବା, ସେମାନଙ୍କୁ ପରେ ପେନସନ ଦେବା,ଗୃହ ଋଣ ଦେବା,ଉପରେ ଗୁରୁତ୍ୱ ଦେବାପାଇଁ କହିଥିଲେ । ବିଭିନ୍ନ ଅଂଚଳରୁ ଆସିଥିବା ବିଦ୍ୟମାନେ ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସରକାର ସେମାନଙ୍କୁ ରିହାତି ମୁଲ୍ୟରେ ଔଷଧୀୟ ଦ୍ରବ୍ୟ ଦେବାପାଇଁ ଦାବି କରିଥିଲେ ।ଏହି ଅବସରରେ ଏକ ଦନ୍ତରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଡାକ୍ତର ସଂଜିତ ପଣ୍ଡା, ଡାକ୍ତର ଚନ୍ଦନ କେଶରୀ ପ୍ରମୁଖ ୭୩ ଜଣଙ୍କ ଦନ୍ତ ପରୀକ୍ଷା କରି ଔଷଧ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଭୋଳାନାଥ ମଣ୍ଡଳ,ନଳିନ୍ଦ୍ର ମହାନ୍ତ,ରସ୍ମିତା ମହାନ୍ତ ,ଵୀରସିଂ ମାଝୀ,ବିଜୟ କାଣ୍ଡେକାଲ,ସସ୍ମିତା ଗୋପ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଇଂ ରାମଚନ୍ଦ୍ର ମୁର୍ମୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପୋଡ଼ାଗଡ ଚୌରିଆ ମନ୍ଦିର ଉପରେ ବିରାଟ ବରଗଛ ଭାଙ୍ଗି ପଡିବା ଫଳରେ ମନ୍ଦିରର ଚୁଡ଼ା ଭାଙ୍ଗିଗଲା:ପ୍ରଶାସନ ର ଦୃଷ୍ଟି ପଡୁ 

masiha

ଧାମରା ସାହିତ୍ୟ ସଂସଦର ବସନ୍ତ କାବ୍ୟ ଉତ୍ସବ

Sunil Chandra Nayak

ଡ଼. ମୌମିତା ଦେବନାଥ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

masiha

Leave a Comment

error: Content is protected !!