ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଶୀ ମଦ ଦୋକାନ ଖୋଲିବା ବିରୋଧରେ ଆନ୍ଦୋଳନ : ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ସମର୍ଥନ

ଦେଶୀ ମଦ ଦୋକାନ ଖୋଲିବା ବିରୋଧରେ ଆନ୍ଦୋଳନ : ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ସମର୍ଥନ

ରାଉରକେଲା ୨୧/୧୧, ଦେଶୀ ମଦ ଟେଣ୍ଡର ବିରୋଧରେ ରାଉରକେଲାରେ ଚାଲିଥିବା ପ୍ରତିବାଦକୁ ବ୍ୟାପକ ଜନସମର୍ଥନ ମିଳୁଥିବା ଦେଖାଯାଉଛି। ରାଉରକେଲାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ଗତ ୧୫ ଦିନ ଧରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ତାଙ୍କର ଏହି ପ୍ରତିବାଦକୁ ବିଭିନ୍ନ ସାମାଜିକ ସଂଗଠନ ସମେତ ଜନସମର୍ଥନ ମିଳୁଛି। ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ମଧ୍ୟ ଦେଶୀ ମଦ ପ୍ରତିବାଦରେ ଯୋଗ ଦେଇଥିଲେ ଏବଂ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଭେଟି ସମର୍ଥନ ଜଣାଇଥିଲେ। ସେ କହିଥିଲେ ଯେ ଏହି ପ୍ରତିବାଦ ପ୍ରକୃତରେ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ। ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ସମର୍ଥନ ଏହି ଦେଶୀ ମଦ ବନ୍ଦ ଆନ୍ଦୋଳନକୁ ନୂତନ ଶକ୍ତି ଦେଇଛି। ଶୁକ୍ରବାର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଜୋୟା ତ୍ରିପାଠୀ ତାଙ୍କ ଦଳ ସହିତ ପ୍ରତିବାଦ ସ୍ଥଳରେ ପହଞ୍ଚିଥିଲେ। ସେ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଭେଟି ଆନ୍ଦୋଳନ ସହିତ ନିଜର ସହମତି ପ୍ରକାଶ କରିଥିଲେ। ଏଥିସହିତ ଦେଶୀ ମଦ ଟେଣ୍ଡରକୁ ଦୃଢ଼ ବିରୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। 

      ଏଠାରେ ଉଲ୍ଲେଖନୀୟ ଯେ, ମୁକ୍ତିକାନ୍ତ ବିଶ୍ୱାଳ ଦେଶୀ ମଦ ଟେଣ୍ଡର ବିରୋଧରେ ନିରନ୍ତର ପ୍ରତିବାଦ କରି ଏହି ପ୍ରସଙ୍ଗ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ କାର୍ଯ୍ୟକ୍ରମ 

masiha

ଉତ୍କଳମଣି ସେବା ସଂସ୍ଥା ଦ୍ୱାରା ଏନଏସି ସଫେଇ କର୍ମଚାରୀ ଙ୍କୁ ସମ୍ବର୍ଦ୍ଧନା 

masiha

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

masiha

Leave a Comment

error: Content is protected !!