ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡ଼ାବାନ୍ତିରେ 15 ରୁ ଅଧିକ ଆକ୍ରାନ୍ତ

ଝାଡ଼ାବାନ୍ତିରେ 15 ରୁ ଅଧିକ ଆକ୍ରାନ୍ତ

କାମାକ୍ଷାନଗର –(ମନିସ )30/11/23 // କାମାକ୍ଷାନଗର ଏନଏସି 14 ନଂ ୱାର୍ଡର ପୁରୁଣାରେକୁଳା ଗାଁ ଶବରସାହିରେ ଝାଡାବାନ୍ତିରେ 15 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାନୀୟ ଜଳ କିମ୍ବା ଖାଦ୍ୟରୁ ଏପରି ଝାଡ଼ାବାନ୍ତି ବ୍ୟାପିଥିବା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ପୁରୁଣାରେକୁଳା ଗାଁ ଶବରସାହିରେ ସ୍ୱାସ୍ଥ୍ୟବିଭାଗ ର ଏକ ସ୍ୱତନ୍ତ୍ର ଦଳ ପହଞ୍ଚି ଝାଡ଼ାବାନ୍ତିର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏ ନେଇ ସାହିର ସମସ୍ତ ପରିବାରକୁ ଯାଇ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ଆରମ୍ଭ କରିଦେଇଛି । ଏହି ଝାଡାବାନ୍ତି କୁ ଭୟଭୀତ ନହୋଇ ସଚେତନ ରହିବାପାଇଁ ପ୍ରଶାସନ ତରଫରୁ ସାହିବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜାତୀୟ ମତଦାତା ଦିବସ ୨୦୨୫ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

masiha

ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଦର୍ଶନୀ ଓ ଜନ ସଂପୃକ୍ତି ସହ ବିଭିନ୍ନ କାର୍ଯ୍ୟକ୍ରମ 

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ 

Leave a Comment

error: Content is protected !!