ଝାଡ଼ାବାନ୍ତିରେ 15 ରୁ ଅଧିକ ଆକ୍ରାନ୍ତ
କାମାକ୍ଷାନଗର –(ମନିସ )30/11/23 // କାମାକ୍ଷାନଗର ଏନଏସି 14 ନଂ ୱାର୍ଡର ପୁରୁଣାରେକୁଳା ଗାଁ ଶବରସାହିରେ ଝାଡାବାନ୍ତିରେ 15 ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ମାନଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ପାନୀୟ ଜଳ କିମ୍ବା ଖାଦ୍ୟରୁ ଏପରି ଝାଡ଼ାବାନ୍ତି ବ୍ୟାପିଥିବା ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ସ୍ଥଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ପୁରୁଣାରେକୁଳା ଗାଁ ଶବରସାହିରେ ସ୍ୱାସ୍ଥ୍ୟବିଭାଗ ର ଏକ ସ୍ୱତନ୍ତ୍ର ଦଳ ପହଞ୍ଚି ଝାଡ଼ାବାନ୍ତିର କାରଣ ଓ ନିରାକରଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏ ନେଇ ସାହିର ସମସ୍ତ ପରିବାରକୁ ଯାଇ ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ ଆରମ୍ଭ କରିଦେଇଛି । ଏହି ଝାଡାବାନ୍ତି କୁ ଭୟଭୀତ ନହୋଇ ସଚେତନ ରହିବାପାଇଁ ପ୍ରଶାସନ ତରଫରୁ ସାହିବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି