ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବବାଦୀ ଲେଖକ ଫକୀର ମୋହନଙ୍କ ସଂପର୍କରେ ଆଲୋଚନା ସଭା

ରାଉରକେଲା/ଗୋପବନ୍ଧୁ ପାଠାଗାର ଓ ସ୍ଵସ୍ତି ସାହିତ୍ୟ ସଂସଦର ମିଳିତ ସହଯୋଗରେ ସତ୍ୟବାଦୀ ପ୍ରକୋଷ୍ଠ ଠାରେ ସଂସଦର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ , ମୁଖ୍ୟ ଆଲୋଚକ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ବିଶିଷ୍ଟ କବି ଡଃ. ଅଶ୍ଵିନୀ କୁମାର ରାୟ ମାନବବାଦୀ ଲେଖକ ଫକୀର ମୋହନ ଶୀର୍ଷକ ସଂପର୍କରେ ଆଲୋଚନା କରି ଫକୀର ମୋହନଙ୍କର ଗଳ୍ପ କବିତା ଓ ଉପନ୍ୟାସ ର ଚରିତ୍ର ଗୁଡିକରେ କିପରି ମାନବବାଦ ର ସ୍ଵର ପ୍ରତିଫଳିତ ହୋଇଛି ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଗୋପବନ୍ଧୁ ପାଠାଗାର ର ସଭାପତି ନବଘନ ସାହୁ ସାହିତ୍ୟ କୁ ବଞ୍ଚାଇ ରଖିବା ପାଇଁ ଆହୁରି ଅଧିକା ଉଦ୍ୟମ କରିବାପାଇଁ ପ୍ରେରଣା ଦେଇଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଗାଳ୍ପିକା ଅଧ୍ୟାପିକା ଶ୍ରୀମତୀ ପ୍ରଣତି ବେହେରା ପାଉଣା ଶୀର୍ଷକ ନାମକ ଏକ ଗଳ୍ପ ପାଠ କରିଥିଲେ ଏବଂ ଆମ ସହରର ବିଶିଷ୍ଟ କବି ବିଜୟ ରାୟ, ତ୍ରିନାଥ ସିଂ, ବ୍ରଜେନ୍ଦ୍ର ଦାଶ, ସ୍ମିତା ମିଶ୍ର, ବବିତା ମହାଳିକ ଅର୍ଚ୍ଚନା ପାତ୍ର ଓ ବୀନତା ମହାନ୍ତ ସ୍ବରଚିତ କବିତା ପାଠ କରିଥିଲେ। ସ୍ବସ୍ତି ର ଉପସଭାପତି ଶ୍ରୀ ରାଜକୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହ ସାହିତ୍ୟ ସମ୍ପାଦକ ଇଂ. ଆଶୋକ କୁମାର ପଟ୍ଟନାୟକ କବିତା ଗୁଡ଼ିକର ସଂଯୋଜନା କରିଥିଲେ। ଉପସଂହାର ରେ ସାହିତ୍ୟିକା ଶର୍ମିଷ୍ଠା କବି ଶତପଥି ଗଳ୍ପ ଓ କବିତା ଗୁଡ଼ିକ ଉପରେ ପାଠକୀୟ ମନ୍ତବ୍ୟ ରଖିଥିଲେ।ଶେଷରେ କୋଷାଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ରାଜୀବ ପାଣି, ଗିରିଜା ଶଙ୍କର ଗୋସ୍ୱାମୀ, ଲକ୍ଷ୍ମଣନାଥ ଦାସ,ହରିହର ଶତପଥୀ, ନୃସିଂହ ଚରଣ ବିଶ୍ଵାଳ, ବିଜୟିନୀ ଜେନା, ରଶ୍ମି ସାହୁ, ସ୍ନେହଲତା ପଟ୍ଟନାୟକ, ମୀନକେତନ ପଶାୟତ, କାଶୀନାଥ ନନ୍ଦି, ଡ.ସୁଶାନ୍ତ ପାଣି, ବ୍ରହ୍ମାନନ୍ଦ ପାଢ଼ୀ, ଭଜେନ୍ଦ୍ର ସାହୁ, ମାନସୀ ମହାପାତ୍ର ଓ ଅନ୍ୟ ସାହିତ୍ୟ ପ୍ରେମି ମାନେ ଉପସ୍ଥିତ ରହି ସଭାଟିକୁ ସଫଳ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧରାକୋଟ ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

ନଇରି ଦଶଦୋଳ ଉତ୍ସବ ରେ ଗଣନାଥ ଗୋଷ୍ଠୀ ର ସାମାଜିକ କାର୍ଯ୍ୟକ୍ରମ !!!

Sunil Chandra Nayak

Leave a Comment

error: Content is protected !!