ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଙ୍କୁ ପଦୋନ୍ନତି ପ୍ରମାଣ ପତ୍ର ପ୍ରଦାନ

 ଚନ୍ଦାହାଣ୍ଡି -( ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଲେବେଲ ୫ -କ ରୁ ୫ – ଖ ବରିଷ୍ଠ ଶିକ୍ଷକ କୁ ୧୭ ଜଣ , ଲେବେଲ ୫ -ଖ ରୁ ଲେବେଲ- ୪ ବିଷୟ ଭିତିକ ଶିକ୍ଷକ କୁ ୧୯ ଜଣ ଏହିପରି ମୋଟ ୩୬ ଜଣ ଙ୍କୁ ପଦୋନ୍ନତି ଆଦେଶ ପ୍ରମାଣ ପତ୍ର ପ୍ରଦାନ କରାଯାଇଅଛି ।ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠି ଶିକ୍ଷାଧିକାରୀ ଶୁଭେନ କୁମାର ମଣ୍ଡଳ ,ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ପ୍ରେମ ଚାନ୍ଦସିଂ ଧୁରୁୁଆ ,ବିଜୟାନନ୍ଦ ସୋରି,ନୀଳକଣ୍ଠ ଦାଶ, ସେକସନ ଅଫିସର କୃଷ୍ଣଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ ତ୍ରିପତି ଦଳେଇ, ବୃନ୍ଦାବନ ସାହୁ,ବିଶ୍ୱରଂଜନ ପଣ୍ଡା, ଏମ୍. ବିଘ୍ନେଶ୍ବର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଆଦେଶ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ନୂତନ କର୍ମକ୍ଷେତ୍ର କୁ ନିଜର ଭାବି କାର୍ଯ୍ୟ କରିବା ସହିତ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସର୍ବଦା ଉଦ୍ୟମ ଜାରି ରଖିବା ସହ ବିଦ୍ୟାଳୟର ଉନ୍ନତି କରଣ ରେ ନିଜକୁ ନିୟୋଜିତ କରିବା ସହ ଚନ୍ଦାହାଣ୍ଡି ବ୍ଲକ ର ଶିକ୍ଷା ର ମାନ ଓ ଗୌରବ ବଜାଇ ରଖିବା ପାଇଁ ଗୋଷ୍ଠି ଶିକ୍ଷାଧିକାରୀ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ କୁମୁଦ ବାଘ, ରବୀନ୍ଦ୍ର ନାୟକ, ତିଲଚନ୍ଦ ନାୟକ, ରାଜେଶ୍ୱର ଦଣ୍ଡସେନା, ବିରବର ପଣ୍ଡା, ସୁଷମା ଦାଶ,ଶୋଭାବତୀ ସାହୁ, ଦୁଶିଲା ସାହୁ, ଜ୍ୟୋସ୍ନା ଧୁରୁଆ, ରେଖାମଣି ସେନାପତି, ଗୁପ୍ତେଶ୍ଵର ସାହୁ, ଲକ୍ଷ୍ମଣ ବାଘ,ରମେଶ ମହାରଣା, ଭଞ୍ଜପ୍ରକାଶ ସାହୁ, କୃପାସିନ୍ଧୁ ନାୟକ, ରସିକ ନାୟକ,ରଞ୍ଜିତ ସାହୁ, ରୁଷଭ ଚନ୍ଦ୍ର ସାହୁ, ଗିରିଧାରୀ ନାୟକ, ରାଜ କୁମାର ପୂଜାରୀ, ଭୁପେନ୍ଦ୍ର ସାହୁ, ଲଷ୍ମୀଧର ସୁନା,କରେନ୍ଦ୍ର ମାଝୀ,ସୁବାଷ ପଟ୍ଟନାୟକ,ଜୟଲାଲ ସୋରି,ଚନ୍ଦ୍ରଶେଖର କେତକୀ, ଉମାଶିଵ ବିଶି,ଟେକରାମ ମେହେର,ଯୋଗେନ୍ଦ୍ର ବେଶ୍ରା,ଦିଲ୍ଲୀପ କୁମାର ବିଶି ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ  ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

masiha

ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତା ଉଦଯାପିତ , ତେଲେଙ୍ଗାନା ଚାମ୍ପିଅନ

Sunil Chandra Nayak

ପାଚିକା ସହାୟୀକା ମଜଦୁର ସଂଘର ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!