ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ 

ପାପଡାହାଣ୍ଡି,3/01 —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ହାଟପଦା ଠାରେ ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଡାବୁଗାଁ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଯୋଗଦେଇଥିଲେ | ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଦଳ 1997 ଡିସେମ୍ବର ମାସ 26ତାରିଖରେ ପ୍ରତିଷ୍ଠା ହୋଇଥିଲା ତାହାକୁ ମନେ ପକାଇ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଥିବା କହିଥଲେ | ମା ମାନଙ୍କ ଓ ଓଡିଶା ବାସୀଙ୍କ ଆର୍ଶୀବାଦ ଯୋଗୁଁ ଦଳ 26ବର୍ଷରେ ପହଂଚିଛି | ଆଗକୁ ଏପରି ଲୋକଙ୍କ ଆର୍ଶୀବାଦ ରହିଲେ ଦଳଶହେ ବର୍ଷରେ ପହଁଚିବ | ରାଜ୍ୟ ବାସୀଙ୍କ ଲାଗି ସରକାର ବ୍ୟାପକ ଯୋଜନା କରିଛନ୍ତି ତାହାର ପରିଣାମ ସ୍ୱରୂପ ଦଳ ଆଗକୁ ବଢ଼ି ଚାଲିଛି ବୋଲି କହିଥିଲେ | ସମ୍ମାନନିୟ ଅତିଥି ଡାବୁଗାଁ ବିଧାୟକ ମନହର ରନ୍ଧାରୀ ପୂର୍ବରୁ ଲୋକ ବଞ୍ଚିବା ଲାଗି ସଂଘର୍ଷ କରୁଥିଲେ | ବର୍ତମାନ ମା ମାନଙ୍କୁ ନବୀନ ସରକାର ଆଗକୁ ଆଣିବାରୁ ସମସ୍ତେ ଶାନ୍ତିରେ ରହିଛନ୍ତି | ସରକାରଙ୍କ ଯୋଜନା ଘରେ ଘରେ ପହଁଚିଛି ଲୋକେ ଆଉ ସଂଘର୍ଷ କରୁନାହାନ୍ତି | ଆମେ ମାନେ ପିଲା ଦିନରୁ ବହୁ କଷ୍ଟରେ ବଢିଛୁ କିନ୍ତୁ ବର୍ତମାନ ନବୀନ ସରକାର ଜନ୍ମରୁ ଯୋଜନା କରି ସମସ୍ତଙ୍କ ପାଇଁ ପ୍ରଗତିର ବାଟ ଖୋଲି ଦେଇଥିବା କହିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ,ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ପ୍ରଥମେ ମଇଦଲପୁର ମେଡିକାଲ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସମସ୍ତେ ବାହାରି ପଦ ଯାତ୍ରା କରି ହାଟପଦା ନିକଟରେ ପହଁଚି ଥିଲେ | ହାଟପଦା ନିକଟରେ ସଭାର ଆୟୋଜନ କରାଯାଇଥିଲା । ବିଜେଡି ନେତା ସ୍ୱାଧୀନ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଏହି ବିଜେଡି ପ୍ରତିଷ୍ଠା ଦିବସ ଆରମ୍ଭ କରାଯାଇଥିଲା । ଓଡ଼ିଶାରେ ବିଜେଡିର ଶାସନ ୨୫ ବର୍ଷ ହୋଇ ଥିବାରୁ ସମସ୍ତ ଅତିଥି ବୃନ୍ଦ ବିଜେଡି ସରକାରଙ୍କ ହୋଇଥିବା କାର୍ଯ୍ୟକୁ ଲୋକମାନଙ୍କୁ କହିଥିଲେ ।ସରକାରଙ୍କ ଉନ୍ନତି କାର୍ଯ୍ୟ ଓଡ଼ିଶାରେ କିପରି ଆଗେଇ ନେଇଛି ,ପୁଣି କଂଗ୍ରେସ ଓ ବିଜେପିରେ ଯେତେ ବି ଲୋକ ଅଛନ୍ତି ସମସ୍ତେ ବିଜେଡିରେ ସାମିଲ ହେବାକୁ ଜନତାଙ୍କୁ ସମସ୍ତ ନେତୃବୃନ୍ଦ ଆହ୍ବାନ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏସଡିସି ଭାନୁମୋତି ପୂଜାରୀ, ପାପଡାହାଣ୍ଡି ବ୍ଲକ ଅଧକ୍ଷା ହେମଲତା ମାଝୀ,ଉପାଧକ୍ଷ ସୁଶାନ୍ତ କୁମାର ବେହେରା,ଡାବୁଗାଁ ବ୍ଲକ ଅଧକ୍ଷା , କୋଷାଗୁମଡା ବ୍ଲକ ଅଧ୍ୟକ୍ଷ ଅଦକ୍ଷା ସହ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

Sunil Chandra Nayak

କାମାକ୍ଷାନଗର ରେ ପ୍ରବାଦପୁରୁଷ ବିଜୁ ବାବୁ ଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!