ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ରୁ ପଡି ୧ ମହିଳା ମୃତ

ଡାବୁଗାଁ,୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଛକ ନିକଟରେ ସୋମବାର ରାତ୍ରିରେ ଅଟୋରୁ ପଡି ଜଣଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ବରକିଗୁଡା ଗ୍ରାମର କିଛି ମହିଳା ଝରିଗାଁ ବ୍ଲକ ଅଧୀନ ପୁର୍ଲା ଗ୍ରାମକୁ ନିଜ ସମ୍ପର୍କୀୟ ଘରକୁ ଦିଆଲି ପର୍ବରେ ସାମିଲ ହେବାକୁ ଯାଇଥିଲେ | ସୋମବାର ରାତ୍ରିରେ ଏକ ଅଟୋ ନଂ ଓଡି ୨୪ ଜି ୬୫୩୧ ଯୋଗେ ନିଜ ଘର ବରକିଗୁଡା ଗ୍ରାମକୁ ଫେରୁଥିବା ସମୟରେ ଝରିଗୁଡା ଛକ ନିକଟରେ ଅଟୋଟି ଏନ୍ୟ ଏକ ଗାଡିକୁ ସାଇଡ ଦେବା ସମୟରେ ଅଟୋରେ ବସିଥିବା ଗୁରୁବାରି ଭତ୍ରା (୪୦) ଅଟୋରୁ ଖସି ରାସ୍ତାରେ ପଡି ଯାଇଥିଲେ | ଫଳରେ ସେ ଆହତ ହୋଇଥିଲେ | ତାଙ୍କୁ ଆହତ ଅବସ୍ଥାରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକର ସ୍ଵାମୀ କମଲୋଚନ ଭତ୍ରା ମଙ୍ଗଳବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ଶିଶିର କାନ୍ତ ଘୋଷ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚାନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ଦୁର୍ଘଟଣାଗ୍ରସ୍ତ ଅଟୋ ଜବତ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏ ଏସ୍ ଆଇ ହରେକୃଷ୍ଣ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ 

masiha

ଜିଲ୍ଲା ସ୍ତରୀୟ ମହକ ଶିଶୁ ମହୋତ୍ସବ ଅନୁଷ୍ଠିତ 

masiha

ଜେ.ଏମ୍.ଏଫ୍.ସି କୋର୍ଟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Leave a Comment

error: Content is protected !!