ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତଳମଲା ସ୍କୁଲରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳ ମଲା ସରକାରୀ  ଉନ୍ନିତ  ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ବିଦ୍ୟଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବ ରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ସେନାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବି ଇ ଓ ଷଷ୍ଠୀ ଝାଙ୍କର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବରେ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦାନ କରି ଥିବା ବେଳେ  ସମ୍ମାନିତ    ଅତିଥି ଭାବେ ତଳମଲା ସରପଞ୍ଚ ପୂଜା ମନ ହୀରା ,ସମିତି ସଭ୍ୟ। କାଞ୍ଚନ ପ୍ରଧାନୀ ,ସ୍କୁଲ ଶିକ୍ଷା କମିଟି ସଭାପତି ଦଧିଚି ପ୍ରସାଦ ନ।ଏକ ,ସି ଆର ସି ସି କପିଳେନ୍ଦ୍ର ମେହେର ,ପୂର୍ବତନ ସରପଞ୍ଚ ଧବଳେଶ୍ବର ନ।ଏକ ,ମନୋରଞ୍ଜନ ସାହୁ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ରେ ଶିକ୍ଷକ ଧନୁର୍ଯ୍ୟ ମାଝି ,ସତ୍ୟ ନାରାୟଣ ପଣ୍ଡା ଏବଂ ଶିଶିର ମିଶ୍ର ମଞ୍ଚ ପରିଚାଳନା କରି ଥିବା ବେଳେ ଖେଳ ଶିକ୍ଷକ ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଏଥିରେ ଶିକ୍ଷକ କଶ୍ୟପ ମେହେର ,ଗିରିଧାରୀ ଦୀପ ,କାହ୍ନ। ସାମନ୍ତ ,ଅଭୟ କୁମାର ବେହେରା ,ଜମ୍ବେଶ୍ୱର ନ।ଏକ ଓ ଶିକ୍ଷୟତ୍ରୀ ସଂତୋଷି ବେହେରା ଏବଂ ସୀମା ଦାସ ,ସସ୍ମିତା ପଣ୍ଡା ,ନିବେଦିତ। ମାଝି ଓ ତପବନ୍ତ ଦଳେଇ ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ଭାଗ୍ୟବାନ ସେନାପତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଦ ହ୍ୟୁମାନିଟୀ ଫାଉଣ୍ଡେସନ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଗଛ ବଞ୍ଚାଅ ଜଳ ବଞ୍ଚାଅ ସାଇକଲ ଅଭିଯାନ ରେ ୧୮ବର୍ଷ ର ଯୁବକ

Sunil Chandra Nayak

ଶିକ୍ଷା ବିଭାଗ ନିକଟରେ ଶିକ୍ଷକ ନାହାନ୍ତି, ଦ୍ଵିତୀୟଥର ପାଇଁ ସ୍କୁଲରେ ତାଲା ପକେଇଲେ ଅଭିଭାବକ 

Sunil Chandra Nayak

Leave a Comment

error: Content is protected !!