ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜସ୍ବ ଅମଲା ସଂଘର ଦାବିପତ୍ର ପ୍ରଦାନ 

ରାଜସ୍ବ ଅମଲା ସଂଘର ଦାବିପତ୍ର ପ୍ରଦାନ 

ରାୟଗଡ / ଗୁଣପୁର ତା:୨୫-୦୬-୨୦୨୫ ତାରିଖ ଦିନ ରାୟଗଡା ଜିଲ୍ଲା ଅମଲା ସଂଘ ତରଫରୁ ୦୯ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ଜିଲ୍ଲାପାଳ ରାୟଗଡାଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ଅମଲା ସଂଘଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂଘ ସଭାପତି ମନୋଜ ରଥ, ସମ୍ପାଦକ ଅଜୟ ନାହାକ, ସହ ସମ୍ପାଦକ ବବିତା ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ସୀମାଞ୍ଚଳ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ଶ୍ରୀମତୀ ପରୂଲ ପଟୱାରୀଙ୍କୁ ସାକ୍ଷାତ କରି ଅମଲା ମାନଙ୍କ ବିଭିନ୍ନ ଦାବି ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ । ଅମଲା ମାନଙ୍କ ଚାକିରୀ ପ୍ରବେଶ ମୂଳ ଦରମା ଲେବୁଲ ୦୯ ଅନୁଯାୟୀ ପ୍ରଦାନ, ଅମଲା ମାନଙ୍କ କ୍ରେଡ଼ ଗଠନ, ପ୍ରତି ଅମଲାଙ୍କ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା, ୨୦୨୦ପୂର୍ବରୁ ଥିବା ନିୟମାନୁସାରେ ପୁନଃ ଥଇଥାନ ନିୟମ ଲାଗୁ କରିବା, କୌଣସି ଅଙ୍କୁଶ ନଥାଇ ଶହେ ପ୍ରତିଶତ ପଦୋନ୍ନତି, ପୁରୁଣା ପେନସନ ଲାଗୁ କରିବା, ପ୍ରତି ଚାରି ବର୍ଷରେ ଅମଲା ମାନଙ୍କୁ ପଦୋନ୍ନତି ପ୍ରଦାନ, ଅମଲା ମାନଙ୍କ ପାଇଁ ୟୁଜର ଆଇଡି ପ୍ରଦାନ କରିବା ଓ ନୂଆ ପୋଷ୍ଟିଂ ହୋଇଥିବା ଅମଲା ମାନଙ୍କୁ ପ୍ରଶିକ୍ଷଣ ଦେବା ଆଦି ଦାବି ସରକାର ଯଥାଶୀଘ୍ର ପୁରଣ କରିବା ନେଇ ଅମଲା ମାନେ ଦାବି କରିଛନ୍ତି । ଯଦି ସରକାର ଏ ଦିଗରେ ତୁରନ୍ତ କୌଣସି ପଦକ୍ଷେପଗ୍ରହଣ ନ କରନ୍ତି ତେବେ ଆସନ୍ତା ଜୁଲାଇ ୦୭ତାରିଖରୁ ୧୧ତାରିଖ ଯାଏଁକଳାବ୍ୟାଜ ପରିଧାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ୧୪ଜୁଲାଇ-୨୦୨୫ରୁ ରାଜ୍ୟର ସମସ୍ତ ଅମଲା କାର୍ଯ୍ୟବନ୍ଦ କରିବା ସହ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେବେ । ଆବଶ୍ୟକ ସ୍ଥଳେ ଶୋଭାଯାତ୍ରା କରି ନିଜର ଦାବି ପୂରଣ ନିମନ୍ତେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବେ ବୋଲି ସଭାପତି ଶ୍ରୀରଥ ସୂଚନା ଦେଇଛନ୍ତି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ସୂର୍ଯ୍ୟ ନାରାୟଣ ନାୟକ, ଟି ଗୌରୀ ଶଙ୍କର, ରବି ପାଟଯୋଶୀ, ମୋହନ କାଉର, ମାୟା ଶବର, ହରେକୃଷ୍ଣ ମିଶାଲ, ମନୋଜ ପାତ୍ର, ସୁବାସ ସାହୁ, ଏ ଆର ରେହେମାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅମଲା ଯୋଗ ଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ ଦାବି 

masiha

ଇନ୍ଦ୍ରାବତୀ ପ୍ରକଳ୍ପ କଲୋନୀ ବାସୀ ପାଣି ସମସ୍ୟା ରେ ହନ୍ତସନ୍ତ:ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ

Sunil Chandra Nayak

ନୂଆପଡ଼ା ଜିଲ୍ଲା ତୀଖାଲି ଲୋୟର ଜଳ ସେଚନ ପ୍ରକଳ୍ପ ରେ ଜଳ ସ୍ତର୨୬୩.୦୭୦ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡ ରେ ୯୧.୧୦୧ କି ଜଳ ପ୍ରବେଶ

masiha

Leave a Comment

error: Content is protected !!