ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

ନବରଙ୍ଗପୁର:(୨୫|୬(ରବିନାରାୟଣମହାନ୍ତି)ନବରଙ୍ଗପୁର-ଜୁନାଗଡ ରେଳପଥ ପାଇଁ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତ ସରକାର ରେଳ ମନ୍ତ୍ରଣଳାୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଜୁନାଗଡ ଦୀର୍ଘ ୧୧୬.୨୨ କି.ମି ନୂତନ ବ୍ରଡଗେଜ୍ ରେଳପଥ ପାଇଁ ଜିଲ୍ଲାର ୩ଟି ତହସିଲ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ପାପଡାହାଣ୍ଡିର ୨୧ଟି ଗାଁର ୪୦୮ ଏକର ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନବରଙ୍ଗପୁର ତହସିଲର ୫ଟି ଗାଁ ଚିକିଲି, ଗୁମ୍ମାଗୁଡା, ହାତୀବେଡା, କେଶରୀଗୁଡା, ସାନକୁମୁଲିର ଗାଁର ୬୨.୮୮୨ଏକର ଜମି । ନନ୍ଦାହାଣ୍ଡି ତହସିଲର କେବଳ ଗୋଟିଏ ଗାଁ ପଡାଲଗୁଡାରେ ୨୧.୮୮୯ ଏକର ଜମି । ସେଭଳି ପାପଡାହାଣ୍ଡି ତହସିଲର ୧୫ଟି ଗାଁ ଆଉଁଳି, ବାଙ୍କଶର୍ଗୀ, ଚନ୍ଦନପାଲା, ଧନସୁଲି, ଡକରୀ ବେଡା, ଗାଦବାକତରା, ହିର୍ଲି,ଝାଡକୁସୁମୀ, କାଳିଆଗୁଡା, ମହୁଲି, ନାକଟିଗୁଡା, ପାଇକକତରା, ପାପଡାହାଣ୍ଡି, ପାତ୍ରଗୁଡା, ତୁମ୍ବର୍ଲା ଗାଁର ୩୨୨.୭୨ ଏକର ଜମି ଜମି ସର୍ବମୋଟ ୪୦୮ ଏକର ପରିମାଣର ଜମି ଦେଇ ନବରଙ୍ଗପୁର ଠାରୁ ଜୁନାଗଡକୁ ରେଳ ସଂଯୋଗ ପାଇଁ ସର୍ଭେ କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ଜମି ଅଧୂଗ୍ରହଣ ପାଇଁ କୌଣସି ବ୍ୟକ୍ତିଙ୍କର ଜମିଅଧୂଗ୍ରହଣ ପାଇଁ ଆପରିଅଭିଯୋଗ ଥିଲେ ବିଜ୍ଞପ୍ତି ପ୍ରକାଶନର ୩୦ ଦିନ ମଧ୍ୟରେ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ ଦାଖଲ କରିବାକୁ ସୂଚନା ଦିଆଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୪୨ ମୌଜାରେ ଶ୍ରୀ ଅରୋବିନ୍ଦ ପାଠଚକ୍ରର ବାର୍ଷିକ ଉତ୍ସବ ପାଳିତ 

masiha

Gopal Panda Promoted as ABDO of Nabarangpur Sadar Block

Sunil Chandra Nayak

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

masiha

Leave a Comment

error: Content is protected !!