ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚମ୍ପିଆ ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଚମ୍ପିଆ ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

କୋଲନରା/ରାୟଗଡ଼ା, ତା ୨୫/୦୬:- ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ଚମ୍ପିଆ ଗ୍ରାମ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିବା ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ବଛା ଙ୍କୁ ଗ୍ରାମ ବାସୀ ତଥାl କଳାକାର ମାନେ ସ୍ଵାଗତ ଜଣେଇ ପାଛୋଟି ନେଇଥିଲେ ଏହା ପରେ କଳାକାର ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁ ଥିରେ କଳାକାର ଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥଲା ଏଵଂ ସରକାର ଙ୍କ ତରଫରୁ କଳାକାର ମାନଙ୍କ ପାଇଁ ମିଳୁଥିବା ବିଭିନ୍ନ ସରକାରୀ ସହାୟତା ବିଷୟରେ ମୁଖ୍ୟ ଅତିଥି ବୁଝାଇ ଥିଲେ। ଆଗାମୀ ଦିନରେ କଳାକାର ମାନେ ସମସ୍ତେ ସଂଘଠିତ ହୋଇ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର କରିବା ସହ ସ୍ଥାନୀୟ ଲୋକକଳା କୁ ବଜେଇ ରଖି ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଲୋକକଳା ମହୋତ୍ସବ ପାଳନ କରିବା ନେଇ ନିଷ୍ପତି କରାଯାଉଥିଲା ଏବଂ ଏ ନେଇ ବ୍ଲକ୍ କମିଟି ଆଗାମୀ ଦିନରେ କରାଯିବ ବୋଲି ଜିଲ୍ଲା ସଭାପତି କହିଥିଲେ ଏହି କଳାକାର ସମ୍ମିଳନୀରେ ସ୍ଥାନୀୟ ସରପଞ୍ଚ କୁନି ମାଣ୍ଡାଙ୍ଗି, ସମିତି ସଭ୍ୟ ସୁଜାତା ତୁଳ ସ୍ଥାନୀୟ ବରିଷ୍ଟ କଳାକାର ତଥା ପୌରାଣିକ ନାଟ ଗୁରୁ ରାଜାରାଓ ମୁଟୁକା , ଜଣାଶୁଣା ହାସ୍ୟ ଅଭିନେତା ନାଗେଶ୍ଵର ହାରାକା , ସମାଜସେବୀ କାଳୀ ଚରଣ ପଣ୍ଡା , ରାମଚନ୍ଦ୍ର ତାଡିଙ୍ଗି, ବିକାଶ ଗାଣ୍ଟା ଏଵଂ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ କଳାକାର ଉପସ୍ଥିତ ରହି ପୌରାଣିକ ନାଟ୍ୟ, ସଙ୍କୀର୍ତ୍ତନ ଓ ଆଞ୍ଚଳିକ ବାଜା ପରିବେଷଣ କରିଥିଲେ। ତୁହା କୁ ତୁହା ବର୍ଷା ସତ୍ତ୍ୱେ ଶତାଧିକ ସ୍ଥାନୀୟ କଳାକାର ସାମିଲ୍ ହୋଇଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ

masiha

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ , ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା

Sunil Chandra Nayak

ଯୋରନ୍ଦା ମାଘମେଳା ପାଇଁ ବାଟ ଫିଟିଲା

Sunil Chandra Nayak

Leave a Comment

error: Content is protected !!