ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି ୧୪ ଜୁଲାଇ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ 

ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି

୧୪ ଜୁଲାଇ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ 

ନବରଙ୍ଗପୁର:( ୨୫.୦୬.୨୦୨୫ )(ରବି ନାରାୟଣ ମହାନ୍ତି) ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁରର ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତିଙ୍କ ନେତୃତ୍ଵରେ ଦଶଦଫା ଦାବି ସମ୍ବଳିତ ଦାବି ପତ୍ର ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେI ପ୍ରକାଶଥାଉ କି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ଯ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା | ଦାବୀ ଗୁଡିକ ମଧ୍ୟ ରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ORSP-୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ | ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା :- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ | ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ | ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ | ଓଡ଼ିଶା ରାଜସ୍ଵ ସେବା ପଦ୍ଧତି ରେ ରାଜସ୍ୱ ଅମଲା ମାନଙ୍କୁ ସତ ପ୍ରତିଶତ ପଦୋନ୍ନତି ଦିଆଯାଉ | ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ |ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି l କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତ୍ତମାନ ଯାଏଁ ଫଳ ଶୂନ୍ୟ ହୋଇଅଛି l ଏହି ପରିପ୍ରେକ୍ଷୀରେ, ଯଦି ରାଜ୍ୟ ସରକାର ଆଗାମୀ ୧୫ ଦିନ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ସଂଘ ଆଗାମୀ ଜୁଲାଇ ୦୭ ତାରିଖ ଠାରୁ ଜୁଲାଇ ୧୧ ତାରିଖ ଯାଏଁ କଳା ବ୍ୟାଜ୍ ପରିଧାନ କରିବ | ଏବଂ ତା ସତ୍ବେ ଯଦି ରାଜ୍ୟ ସରକାର ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତେବେ, ରାଜ୍ୟ ସଂଘ ର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତି ଅନୁସାରେ ଜୁଲାଇ ୧୪ ତାରିଖ ଠାରୁ ସମ୍ପୂର୍ଣ କାର୍ଯ୍ଯ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ମୈଥିଲୀ ପଟନାୟକ ପ୍ରକାଶ କରିଥିଲେ | ଏହି ଅବସରରେ ରାଜ୍ୟ ସଭାପତି ତ୍ରିପତି ବାଲାଜି ସାହୁ, ଖଣ୍ଡୀୟ ଉପସଭାପତି କୈଲାଶ ଚନ୍ଦ୍ର ଦାଶ, ବିଜୟ ସାହୁ, ସୀତାରାମ ବେହେରା, ସତ୍ୟନାରାୟଣ ସାହୁ, ସାଗର ଚୌଧୁରୀ, ମନୋଜ ପଣ୍ଡା, ସଂଗ୍ରାମ କେଶରୀ ସାହୁ, ରାମଚନ୍ଦ୍ର ରଘୁ ମଣ୍ଡଳ, ପ୍ରଣତୀ ମାଝୀ, ମଧୁସ୍ମିତା ମିରଗାନ, ତୃପ୍ତି ପଟନାୟକ, ସରୋଜିନୀ ଦାଶ,କବିତା ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Occasions of Chhatara Yatra Online Poetry Reading Session Was Organized

masiha

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

Sunil Chandra Nayak

ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ 

masiha

Leave a Comment

error: Content is protected !!