ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ! ବଜ୍ରପାତରେ ମହିଳା ଚାଷୀ ମୃତ ହୋଇଥିବାବେଳେ ବ୍ଳକ ସମ୍ମୁଖରେ ବଳଦ ମୃତ୍ୟୁ

ତିରିଂ ଥାନା ! ବଜ୍ରପାତରେ ମହିଳା ଚାଷୀ ମୃତ ହୋଇଥିବାବେଳେ ବ୍ଳକ ସମ୍ମୁଖରେ ବଳଦ ମୃତ୍ୟୁ

 ମୟୂରଭଂଜ – ୨୫/୦୬ —   ତିରିଂ ଥାନା ଅଂଚଳରେ ବଜ୍ରପାତରେ ମହିଳା ଚାଷୀର ମୁଣ୍ଡ ଗଡିଲା ।ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ରେଙ୍ଗେଲବେଡା ଗ୍ରାମ ପଞ୍ଚାୟତର ଭଗାଵନ୍ଦି ଗ୍ରାମର ଜଣେ ମହିଳା ଚାଷୀ ଅାଜି ବୁଧବାର ଅପରାହ୍ନ ୩ ଟା ବେଳେ ବିଲରେ ଚାଷ କାମ କରୁଥିବାବେଳେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତ ମହିଳା ହେଲେ ଭଗାବନ୍ଦି ଗ୍ରାମର ରାମରାୟ ଟୁଡୁଙ୍କ ପତ୍ନୀ ଦୁଲାରୀ ଟୁଡୁ (୪୫) ।

  ସେହିଭଳି ତିରିଂ ବ୍ଳକ ସମ୍ମୁଖରେ ଚଡ଼କ ମାରିବାରୁ ଏକ ବନ୍ଦର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।ଦୁଲାରୀ ଟୁଡୁଙ୍କ ମୃତ୍ୟୁରେ ସମାଜସେବୀ ପାର୍ଥ ସାରଥୀ ଷଡ଼ଙ୍ଗୀ ଶୋକ ପ୍ରକାଶ କରିବା ସହ ତୁରନ୍ତ ତାଙ୍କୁ ସରକାରୀ ସହାୟତା ମିଳିବା ଏବଂ ମୃତ ବଳଦର ମାଲିକକୁ ସହାୟତା ପାଇଁ ଦାବି କରିଛନ୍ତି ।ଚାଷ ସମୟରେ ହଳୁଆ ବନ୍ଦକୁ ହରାଇ ଚାଷୀ ଚିନ୍ତାରେ ପଡ଼ିଛି ।ଆଗକୁ କିଭଳି ଚାଷ କରିବ ତାହାକୁ ନେଇ ଚାଷୀଟି ଭାଙ୍ଗି ପଡ଼ିଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଶାନ୍ତପୁର ମଣ୍ଡି ଉଦଘାଟିତ, ପ୍ରଥମ ଦିନରେ କେବଳ ଜଣେମାତ୍ର ଚାଷୀଙ୍କ ୭୫ କ୍ୱିଣ୍ଟାଲ୍ ଧାନ କ୍ରୟ 

masiha

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

Sunil Chandra Nayak

Leave a Comment

error: Content is protected !!