ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ

ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’-୨୦୨୪, ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ

ଭୁବନେଶ୍ୱର:-ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଆରମ୍ଭ ହୋଇଛି । ଶନିବାର ସନ୍ଧ୍ୟା ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଅରବିନ୍ଦ ପାଢ଼ୀ ଏହି ପ୍ରଦର୍ଶନୀକୁ ସ୍ଥାନୀୟ ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟନ କରିଛନ୍ତି । ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନେ ନିଜ ନିଜ ର ନୃତ୍ୟ ପରିବେଷଣ କରିଥିଲେ। କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ।

ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢ଼େଙ୍କାନାଳ, ମୟୁରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ,ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, ମାଲକାନଗିରି ଓ କୋରାପୁଟ ।

ଚଳିତ ବର୍ଷ ଅନେକ ନୂତନ ଡ଼ିଜାଇନର ଦୀପ, ଫୁଲଦାନୀ, ଗୃହସଜ୍ଜା ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ମାଟି ଉପକରଣ ଏହି ମେଳାରେ ପ୍ରଦର୍ଶିତ ହୋଇଛି।

ସତୀଶ କୁମାର ଦାଶ ଙ୍କ ରିପୋର୍ଟ୍ 

Related posts

Rayagada Truck Accident: Oil Tanker Falls from Bridge After Driver and Cleaner Jump to Safety

masiha

ବରିଷ୍ଠ ନାଗରିକଙ୍କ ଦ୍ବାରା ଉତ୍କଳ ଦିବସ ପାଳିତ

masiha

ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!