ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ୭୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି, ଓଡିଶା ଭାସ୍କର ରଥ ର ଜୁନାଗଡ଼ ରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ 

କଳାହାଣ୍ଡି ୭୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି, ଓଡିଶା ଭାସ୍କର ରଥ ର ଜୁନାଗଡ଼ ରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ 

ସମ୍ବର୍ଦ୍ଧିତ ହେଲେ ସ୍ବେଛାସେବୀ ଦୁର୍ଗା ପ୍ରସାଦ ନାଏକ 

ଜୁନାଗଡ଼୨୮/୧୦ (ମନୀ ସ) -ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଗଠନ ର ୭୫ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଭାସ୍କର ଡିଜିଟାଲ ଲାଇଭ ପକ୍ଷରୁ ଏକ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଜୁନାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କଳାହାଣ୍ଡି ର ୧୩ ଗୋଟି ବ୍ଲକ ରେ ହେଉଥିବା ବେଳେ ଆଜି ଜୁନାଗଡ଼ ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ସ୍ଥିତ ଡ଼ ବାବା ସାହେବ ଆମ୍ବେଦକର ଙ୍କ ଷ୍ଟେଚୁ ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନାଏକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡିଶା ଭାସ୍କର ଜିଲ୍ଲା ପ୍ରତିନିଧି ଲଳିତ କାନୁନ ଗୋ, କଳାହାଣ୍ଡି ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାର ସଂସ୍କୃତି, ପରମ୍ପରା ଓ ଐତିହ୍ୟ କୁ ଲୋକ ଲୋଚନ କୁ ଆଣିବାକୁ ଓଡିଶା ଭାସ୍କର ର ଏକ ଅଭିନଵ ପ୍ରୟାସ ବୋଲି ପ୍ରକାଶ କରିଥିଲେ l ଜୁନାଗଡ଼ ଓଡିଶା ଭାସ୍କର ପ୍ରତିନିଧି ରବି ଶଙ୍କର ସୁନାନୀ ଏବଂ ଆଦିତ୍ୟ ମହାନ୍ତି ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସହର ର ବିଶିଷ୍ଟ ବ୍ୟକ୍ତି, ଈଶ୍ୱର ପୂଝlରୀ, ଦୁଷ୍ମନ୍ତ ପଣ୍ଡା, ନରେନ୍ଦ୍ର କ୍ଷିତି, ପ୍ରବୀଣ ପଟ୍ଟନାୟକ,ହିମାଂଶୁ ବରାଡ଼, ସନ୍ତୋଷ ସିଂ ଦେଓ,ଅନିଲ ପଣ୍ଡା ପ୍ରମୁଖ ଅତିଥି ଙ୍କ ଉପସ୍ଥିତି ରେ ସ୍ବେଛାସେଵି ଦୁର୍ଗା ପ୍ରସାଦ ନାଏକ ଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଓଡିଶା ଭାସ୍କର ପ୍ରସାରଣ ବିଭାଗ ମୁଖ୍ୟ ବିମ୍ବାଧର ମହାରଣା, ଭାସ୍କର ଲାଇଭ ର ବ୍ୟବସାୟିକ ମୁଖ୍ୟ ସୁନୀଲ କୁମାର ମିଶ୍ର, ନ୍ୟୁଜ ବିଭାଗ ର ମୁଖ୍ୟ ଉଜ୍ବଳ କାନ୍ତ ପରିଡା, ରାକେଶ କୁମାର ପାତ୍ର, ରାକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଭୁବନେଶ୍ୱର ପ୍ରତିନିଧି ସରୋଜ କୁମାର ବେହେରା l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ବାଲାଜୀ ଯାଦବ, ତ୍ରିଲୋକ୍ୟ ପାଣିଗ୍ରାହୀ, ରାଜା ମହାଳିକ, ଶଙ୍ଖ ମହାଳିକ, ସନ୍ତୋଷ ନାଏକ, ରାଜ କିଶୋର ସାହୁ,ସୁବାସ ନାଏକ,କୁନା ଦଣ୍ଡସେନା,ସୀତାକାନ୍ତ ଧଙ୍ଗଡା ମାଝୀ, ସାମ୍ବାଦିକ ଖଗେଶ୍ୱର ଧଙ୍ଗଡା ମାଝୀ, ରଜନୀ ମିଶ୍ର, ଗୟl ରାମ ପୂଝlରୀ, ରଘୁମଣି ପୂଝlରୀ,ସପ୍ତେଶ୍ୱର ପାଢ଼ୀ, କୁମର ମଣି ଦୁର୍ଗା, ରାକେଶ ବେମାଲ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ସହର ର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲାସ୍ତରୀୟ ବାବା ସାହେବ ଡଃ. ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!