ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା ‘ଦାନା’ରେ ପ୍ରଭାବିତ ଅଞ୍ଚଳ ପରି ଦର୍ଶନ କରି ଲୋକଙ୍କ ଦୁଃଖରେ ଦୁଃଖ ବାଣ୍ଟିଲେ ସାଂସଦ ଵୈଜୟନ୍ତ

ବାତ୍ୟା ‘ଦାନା’ରେ ପ୍ରଭାବିତ ଅଞ୍ଚଳ ପରି ଦର୍ଶନ କରି ଲୋକଙ୍କ ଦୁଃଖରେ ଦୁଃଖ ବାଣ୍ଟିଲେ ସାଂସଦ ଵୈଜୟନ୍ତ

ରାଜନଗର-26.10.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ବାତ୍ୟା ଦାନା ଘଟାଇଥିବା ତାଣ୍ଡବ ଲୀଳାର କ୍ଷତିଗ୍ରସ୍ତ ଅଞ୍ଚଳ ପରି ଦର୍ଶନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ ଆମର ସୁଖ ଦୁଃଖର ସାଥି ସାଂସଦ ତଥା ରାଷ୍ଟରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଵୈଜୟନ୍ତ ପଣ୍ଡା। ଯେତେଵେଳେ ରାଜନଗର ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଦେଶରେ କିମ୍ବା ଦୈବି ଦୁର୍ଵିପାକର ଅସୁଵିଧାର ସମ୍ମୁଖୀନ ହୁଅନ୍ତି ,ସେତେଵେଳେ ଯସ୍ଵଶୀ ଵୈଜୟନ୍ତଙ୍କୁ ମନେପଡେ,ସେ ସହଯୋଗର ହାତବଢାଇ ସଫଳ କରି ଵାଃବାଃ ନିଅନ୍ତି,ଯାହାକି ଗତ ବିଜେଡି ସରକାରର ନେତା ମନ୍ତ୍ରୀଙ୍କ ପାଖରେ ଦେଖିବାକୁ ମିଳୁନଥିଲା।ଆଜି ଵାତ୍ୟା “ଦାନ” କୁ ଆଗୁଆ ଜନସାଧାରଣଙ୍କ ସୁରକ୍ଷା ସହିତ ସଵୁ ପ୍ରକାର ସୁବ୍ୟବସ୍ଥାରେ ଲୋକମାନେ ମୋହନ ସରକାରକୁ ପ୍ରସଂସାର ଶ୍ରେୟ ଦେଇଛନ୍ତି।ଦୀର୍ଘ 24ଵର୍ଷର ସରକାର ଵହୁବାତ୍ୟା ସମ୍ମୁଖୀନ ହୋଇ ବାତ୍ୟା ସହାୟତା ନାରେ କର୍ମୀ ଅଫିସର ଲୁଟିଛନ୍ତି ତାର ଯଥେଷ୍ଟ ଉଦାହରଣ ରହିଛି। କିନ୍ତୁ ଏ ସରକାର ସମୟରେ ଲୋକଙ୍କ ସ୍ବାର୍ଥରେ ଵାଧା ନ ଉପୁଜିବା ଭଳି ଜିରୋ କାଜୁଆଲଟି ସଫଳ ହୋଇଛି।ଯାହାକି ଦୁର୍ନୀତି ଖୋର ଓ କାର୍ଯ୍ୟରେ ଅବହେଳା ଅନୀୟମିତ କରିଥିବା କର୍ମଚାରୀଙ୍କୁ ପୂର୍ବ ସରକାର ଭଳି ଅଣ୍ଟିରେ ନ ପୁରାଇ ଜନସାଧାରଣଙ୍କ ସେଵା ଖିଲାପ ପାଇଁ ଗତକାଲି ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଅଭିଯୋଗ ପାଇ ଦୁଇଜଣ ପିଈଓ ଏଵଂ ଜଣେ ଆର ଆଇଙ୍କୁ ଚାକିରୀରୁ ନିଲମ୍ବିତ କରି ବିଜେପି ସରକାରର ସ୍ବଛତା ପ୍ରକାଶ ହୋଇଛି।ସେଵା ମନୋଭାବ ନେଇ ଆମର ପ୍ରିୟ ସାଂସଦ ଶ୍ରୀଯୁକ୍ତ ପଣ୍ଡା ଵାତ୍ୟାଅଞ୍ଚଳ ଚାନ୍ଦି ବାଉଁଶମୂଳ,ଇଶ୍ବରପୁରୁ, ଡାଙ୍ଗମାଳ,  ଖମାରସାହି,ତାଳଚୁଆ ,ଵାଘମାରୀ,ଶୈଳେଶ ନଗର,କେରୁଇପାଳ ଓ ରଙ୍ଗଣୀ ପଞ୍ଚାୟତର ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସମସ୍ୟା ଵୁଝିବା ସହ ଯଥା ସମ୍ଭବ କ୍ଷେତିଗ୍ରସ୍ତ ପରିବାରଙ୍କୁ ଘର ଏଵଂ ଅନ୍ୟାନ୍ୟ ସରକାରି ସହାୟତା ଯୋଗାଇ ଦେଵାକୁ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ଵୋଲି ପ୍ରତିଶୃତି ଦେଇ ଘର ଭାଙ୍ଗିଥିବା ପରିବାରଙ୍କୁଆର୍ଥୀକସହାୟତାଯୋଗାଇ ଦେଇଥିଲେ।ସାଂସଦଙ୍କ ସହିତ ଜିଲ୍ଲା ବିଜେପି ରାଜ୍ୟ କୃଷକ ସେଲ ସମ୍ପାଦକ ଶ୍ରୀବିକ୍ରମ କେଶରୀ ରାଉତ,ଜିଲ୍ଲା ଉପ ସଭାପତି ସଞ୍ଜୟ କୁମାର ରଥ,ଜିଲ୍ଲା ଆଇଟି ସେଲ ସଭାପତି ମୁକ୍ତିକାନ୍ତ ସ୍ବାଇଁ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ରୀଧର ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସେଠୀ ,ମହାକାଳପଡାର ଵିଜେପି ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ,ରାଜନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀ ଲଳିତ କୁମାର ଵେହେରା,ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀତେଜେଶ୍ବର ପରିଡା,ଆଳି ବିଧାୟକ ପ୍ରାର୍ଥୀ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା,କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଗୀତାଞ୍ଜଳୀ ସେଠୀ, ରାଜନଗର ନିର୍ଵାଚନ ମଣ୍ଡଳୀର ପ୍ରାକ୍ତନ ଵିଧାୟକ ଶ୍ରୀ ଅଲେଖ କୁମାର ଜେନା,ବିଜେପି ଵରିଷ୍ଟ ନେତା ସୁନାକର ପ୍ରଧାନ,ଦିଲ୍ଲୀପ ରାଉତ,ରାଜୀବ ଲୋଚନ ନାୟକ,ନିମାଇଁ ଚରଣ ରାଉତ,ଧୀରେନ୍ଦ୍ର ପାତ୍ର ପ୍ରମୁଖ ସାଂସଦଙ୍କ ସହିତ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

ବନ୍ଧୁଗାଁରେ ବିଶ୍ୱ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି 

masiha

ବାମନଘାଟୀ ସାଂସ୍କୃତିକ ପରିଷଦର  ବାର୍ଷିକ ଉତ୍ସବ ଓ ବିଶ୍ଵ ପଖାଳ ଦିବସ ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!