ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଅଗ୍ନିଶମ ସୁରକ୍ଷା ବା ସହିଦ ସପ୍ତାହ ପାଳନ 

ଜାତୀୟ ଅଗ୍ନିଶମ ସୁରକ୍ଷା ବା ସହିଦ ସପ୍ତାହ ପାଳନ 

ଖପ୍ରାଖୋଲ-୧୫-୦୪- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ପ୍ରତିବର୍ଷ ଏପ୍ରିଲ ୧୪ରୁ ୨୦ତାରିଖ ପର୍ଯ୍ୟନ୍ତ ସାରାଦେଶରେ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ । ୧୯୪୪ ମସିହାରେ ମୁମ୍ବାଇ ଡୋକ ସହର ଠାରେ ଏକ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା ଏଠାରେ ପ୍ରାୟ ୬୬ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ମୃତ୍ୟୁ ବରଣ କରିଥିଲେ ଏବଂ ବହୁଧନଜୀବନ ନଷ୍ଟ ହୋଇଥିଲା । ସେହି ଦିନଠାରୁ ସାରାଦେଶରେ ସହିଦ ଦିବସ ବା ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ କରାଯାଇଥାଏ । ରବିବାର ଦିନ ଖପ୍ରାଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀ ଏବଂ ମୁଖ୍ୟ ଓଆଇସି ଜୟ ଗୋପାଳ ପଣ୍ଡା, ହାବିଲଦାର ଘନଶ୍ୟାମ ପୁଟେଲ, ସୁବାଷ ବାଗ,ବେଲାର ସିଂ ପୁଟା, ପ୍ରକାଶ ସାହୁ, ଜିତେନ୍ଦ୍ର ପ୍ରସାଦ ସାହୁଙ୍କ ସହିତ ଖପ୍ରାଖୋଲ ସହର ପରିକ୍ରମା କରି ଡେମୋ ଦେଖାଇଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

masiha

ନଶା ମୁକ୍ତ ଭାରତ ଅଭିଯାନ

masiha

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ

masiha

Leave a Comment

error: Content is protected !!