ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ

ଗୋଲାମୁଣ୍ଡା /23/7/23/ନିର୍ଭୟ /ନିରପେକ୍ଷ ମସିହା// ,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତରଗତ ଫୁଣ୍ଡା ଗ୍ରାମରେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇ ଯାଇଥିଲା, । ଏହି ସଭାରେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ସଭାପତି ଶ୍ରୀ ଯୁକ୍ତ ରାମକୁମାର ସେନାପତି ଙ୍କ ନେତୃତ୍ୱରେ ସଭା ଆୟୋଜନ ହୋଇ ଥିଲା, । ସଭା ପୂର୍ଵରୁ ବାବାସାହେବ ଆମ୍ବେଦକର ଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରାଯାଇ ଆଗାମୀ ଦିନରେ ଗୋଲାମୁଣ୍ଡା ବ୍ଲକର ଦଶପୁର ଜୋନ, କେଗାଁ ଜୋନ ଓ ଗୋଲାମୁଣ୍ଡା ଜୋନ ର ପ୍ରତି ଗ୍ରାମ ଓ ପଂଚାୟତ ସ୍ତରରୁ ସାଙ୍ଗଠନିକ ମଜବୂତ କରିବା , ନାରୀଶକ୍ତିକୁ ସ୍ଵଶକ୍ତ କରିବା, ଶିକ୍ଷିତ ହେବା, ସଂଘଠିତ ହେବା ଓ ସଂଘର୍ଷ କରିବା ଶହ ସମାଜରେ ଶିକ୍ଷାର ଉର୍ନ୍ନତି, ନିରୀହ ଗରୀବ ଛାତ୍ରଛାତ୍ରୀ ଙ୍କ ପାଠ ପଢ଼ାରେ ସହଯୋଗ ଦେବା, ବୃଦ୍ଧ ଵୃଦ୍ଧା ବିକଳାଙ୍ଗ ମାନଙ୍କୁ ସରକାରୀ ସହାୟତା ମିଳୁଛି କି ନାହିଁ ସେ ଦିଗରେ ତର୍ଜମା ନେବା ସଠିକ ସମୟରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠିକ ଭାବେ ପରିଚାଳିତ ହେଉଛି କି ନାହିଁ ତାହାର ଦୃଷ୍ଟି ଗୋଚର କରିବା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ମତାମତ ପ୍ରଦାନ ଦେଇ ଥିଲେ, ଏହି ମତ ଦାନରେ ସର୍ବ ପ୍ରଥମେ ସୁବାଷ ବାଗ,ଦସପୁରଜୋନ ସଭାପତି ଭୁବନେ ନିଆଲ, ସମ୍ପାଦକ ଭାଗ୍ୟବାନ ବାଗ ,ମକରନ୍ଦ ଦୀପ, ଗୁଲାର ତାଣ୍ଡି, ପୃଥ୍ୱୀରାଜ ତାଣ୍ଡି, ମହେନ୍ଦ୍ର ଦୁର୍ଗା, ଜନ୍ମେଜୟ ନାଏକ, ହରିଶଙ୍କର ନିଆଲ, ପ୍ରମୁଖ ମତାମତ ପ୍ରଦାନ କରି ଥିବା ବେଳେ ଚମ୍ପା ହରପାଳ,ଅହଲ୍ୟା ବେଶ୍ରା,କୃପା ହରିଜନ, ସିଓ ବତୀ ତାଣ୍ଡି,ପ୍ରମୁଖ ତଥା ବହୁ ସଂଖ୍ୟାକ ଭାବେ ମହିଳା ମଣ୍ଡଳ ଏବଂ ପୁରୁଷ ମାନେ ଯୋଗ ଦେଇ ସଭାକୁ ସାଫଲ୍ୟ  କରି ଥିବା ବେଳେ ଆଜିକାର ସଭା ଉଦିଆ ନିଆଳଙ୍କ ଦ୍ୱାରା ସୁନ୍ଦର ଭାବରେ ପରିଚାଳନାହୋଇ ଥିଲା।

ଗୋଲାମୁଣ୍ଡା ବ୍ଲକରୁ ରାମ କୁମାରସେନାପତିଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା 

Related posts

ତିରିଂରେ ବ୍ଲକସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ବନ୍ଧୁଗାଁ ବ୍ଲକରେ ନୂତନ ବିଡ଼ିଓ ଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକ 

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

Leave a Comment

error: Content is protected !!