ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତ୍ରରେ ଶୋଇଥିବା ବେଳେ ରନ୍ଧା ଘର ଭାଙ୍ଗି ଯିବାରୁ ପରିବାରର ତିନି ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ

ବନ୍ଧୁଗାଁ ତା ୨୨/୭/୨୩//  ଗତ କାଲି ବନ୍ଧୁଗାଁ ବ୍ଲକ କାପୂଲୋଡ଼ା ପଞ୍ଚାୟତ ବଡ଼ବାଙ୍କିଡି ଗ୍ରାମରେ ରାତ୍ରରେ ତିନି ଜଣ ଶୋଇଥିବା ବେଳେ ଘର ଭାଙ୍ଗି ଯିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ। ପ୍ରବଳ ବର୍ଷା ହେଉଥିବା ବେଳେ ସୋମା ପିଡ଼ିକା (ପୁ) , ସ୍ତ୍ରୀ ସମ୍ବାରି ପିଡ଼ିକା (ମ) ଓ ପୁଅ ସନ୍ତୋଷ ପିଡିକା ୭ ବର୍ଷ ରାତ୍ରରେ ଖାଇ ସାରି ଟାଇଲ ଛପର ଘର ତଳେ ଶୋଇଥିଲେ। ରାତ୍ର ୩ ଟା ସମୟରେ କାଠ ଖୁଣ୍ଟି ଉପରେ ଛପର ଟାଇଲ୍ ଭାଙ୍ଗି ଉପରେ ପଡ଼ି ଲଦି ହୋଇଯାଇଥିଲା। ସକାଳ ପାହାନ୍ତିଆ ସମୟରେ ଗ୍ରାମବାସୀ ପହଞ୍ଚି ଭିତରେ ଥିବା ତିନି ଜଣଙ୍କୁ ଦରମଡା ଅବସ୍ଥାରେ ଉଦ୍ଧାର କରିଥିଲେ। ଘରର ମୁଖ୍ୟଙ୍କୁ ମୁଣ୍ଡରେ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ବେହସ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଘର ଭାଙ୍ଗିବା ଯୋଗୁଁ ଗରିବ ପରିବାରର ଖାଦ୍ୟ ସାମଗ୍ରୀ, ଋଷେଇ ଜିନିଷ ଓ ବିହନ ଗୁଡ଼ିକ ନଷ୍ଟ ହୋଇଯାଇଛି। ଗରିବ ଆଦିବାସୀ ପରିବାର କିପରି ଚଳିବେ ଓ ଘର ଭାଙ୍ଗି ଯାଇଥିବାରୁ କେଉଁ ଠାରେ ପରିବାର ସହିତ ରହିବେ ଚିନ୍ତାରେ ପରିବାର । ଅତି ଶୀଘ୍ର ସରକାରଙ୍କ ତରଫରୁ କିଛି ସାହାଯ୍ୟ ପରିବାରଙ୍କୁ ଦେବା ପାଇଁ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଜି ହିମିରିକା ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ କିଶୋରୀ ବାଳିକା ଦକ୍ଷତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜନ ଶିକ୍ଷା ସଂସ୍ଥାନ କଳାହାଣ୍ଡି ପକ୍ଷରୁ ଭବାନୀପାଟଣାଠାରେ ଏକ ସଫଳ ସ୍ଲୋଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଙ୍କ ମୟୂରଭଞ୍ଜ ଗସ୍ତ

Sunil Chandra Nayak

Leave a Comment

error: Content is protected !!