ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକାଧିକ ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କଲେ ଶିକ୍ଷକ

ପାପଡାହାଣ୍ଡି,13/02, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ମନ୍ତ୍ରୀଗୁଡା ପଞ୍ଚାୟତ ଶରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୋମବାର ବିପି ଔଷଧ ଖାଇ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି | ବିଦ୍ୟାଳୟ ଶିକ୍ଷକମାନେ ଏ ନେଇ ଜାଣିବା ପରେ ଗରୁତର ଅବସ୍ଥା ରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି | ସୂଚନା ଅନୁଯାୟୀ ଛାତ୍ରୀ ର ବର୍ଷେ ତଳେ ବାପା ଓ 12 ବର୍ଷ ତଳେ ମା ଆରପାରି ଚାଲିଯାଇଥିଲେ ବଡ଼ ବାପା ଘର ଶରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସେ ପାଠ ପଢୁଥିଲେ | ସବୁ ଦିନ ଭଳି ଛାତ୍ରୀ ଜଣକ ଠିକ ସମୟରେ ବିଦ୍ୟାଳୟ କୁ ଯାଇଥିଲେ, ଛାତ୍ରୀ ଜଣକ ବିଦ୍ୟାଳୟ ରେ ଗୁରୁତର ହୋଇପଡିବା ଯୋଗୁଁ ଶିକ୍ଷକ ବାଇକ ସାହାଯ୍ୟ ରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ଗୁରୁତର ଛାତ୍ରୀ କୁ ଆଣିବା ପରେ ଡାକ୍ତର ପଟାସ ପାଣି ପିଆଇ ବାନ୍ତି କରାଯାଇଥିଲେ | ବାନ୍ତିରେ ଔଷଧ ବଟିକା ବାହାରିଥିଲା | ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା | ଏନେଇ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଓଡ଼ୁ କୁ ଫୋନରେ ଯୋଗାଯୋଗ କରିବାରୁ ସେ ଆମେ କିଛି ଜାଣିନାହୁଁ ଛାତ୍ରୀ ଜଣକ ଗୁରୁତର ହେବା ଯୋଗୁଁ ତାଙ୍କୁ ପାପଡାହାଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ବୋଲି କହିଛନ୍ତି | ଏନେଇ ଛାତ୍ରୀ ଙ୍କ ବଡ଼ ବାପା ମଧୁସୂଦନ ଗଣ୍ଡା କୁ ପଚାରିବା ରୁ ସେ କହିଥିଲେ ମୋ ଝିଆରୀ ଠିକ ସମୟରେ ବିଦ୍ୟାଳୟ ଯାଇଥିଲେ, ଆମେ ସମସ୍ତେ କୁଲି ମଜୁରୀ କରିବାକୁ ଯାଇଥିଲୁ ଦିନ 12 ଟା ସମୟରେ ପାଖାପାଖି ରେ ବିଦ୍ୟାଳୟ ର ଦୁଇ ଜଣ ଛାତ୍ର ଆସି ଆମକୁ ଜଣେଇଲେ କି ଆପଣ ଙ୍କ ଝିଆରୀ ଗୁରୁତର ହୋଇ ବିଦ୍ୟାଳୟ ରେ ରହିଛି | ଆମେ ତୁରନ୍ତ ବିଦ୍ୟାଳୟ ଯାଇ ପହଂଚିଲୁ କିନ୍ତୁ ଝିଆରୀ କୁ ଶିକ୍ଷକ ବାଇକ ଯୋଗେ ପାପଡାହାଣ୍ଡି ଗୋଷ୍ଟି ନେଇ ଭର୍ତ୍ତି କରିଛନ୍ତି | ଆମେ ଆସି ମେଡିକାଲ ଦେଖିଲୁ ଝିଆରୀ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି | ସେ ଔଷଧ ଖାଇଛନ୍ତି ଆମେ ମଧ୍ୟ ଜାଣିନାହୁଁ.| ଡା. ସୁଶ୍ରୀତା ସେଟ୍ଟି ପାପଡାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଛାତ୍ରୀ କେଉଁ ସମୟରେ ଔଷଧ ବଟିକା ଖାଇଲେ ସୂଚନା ମିଳି ନାହିଁ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାସ୍ତାରେ ଫେବରବ୍ଲକ ପଡିବା କାମକୁ ଲାଗିଲାନି, ଟିକକ ବର୍ଷାରେ ଘର ଆଗରେ ପାଣି ଜମା,ସାହିବାସୀ ହିନସ୍ଥା

masiha

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

masiha

ନେହେରୁ ଯୁବାକେନ୍ଦ୍ରର ମିଳିତ ଅଭିଯାନ, ଡୋକରୀଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!