ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଏଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

ରାଉରକେଲା/ ସେକ୍ଟର ୨୦ ସ୍ଥିତ କୋଏଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୧୫ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟା ମନ୍ଦିରର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବ ଓ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସ୍ବାଇଁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସଭାପତି ସୁଦାମ ଦାଶ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଡାକ୍ତର ଅମିତ ଦାସ, ଡଃ ସୁମନ ଦତ୍ତ, ଅମ୍ରିତ ନୀଲମ,ଅଜୟ ପୂଜାରୀ, ଜଗନ୍ନାଥ ରାଉତ, ବିଜୟାଲକ୍ଷ୍ମୀ ତ୍ରିପାଠୀ ଓ ପଣ୍ଡିତ ପ୍ରଶାନ୍ତ କୁମାର ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ବିଦ୍ୟାଳୟ ହେଉଛି ଜ୍ଞାନର ମନ୍ଦିର । ସ୍ବପ୍ନ ଦେଖ ଓ ସ୍ବପ୍ନକୁ ସାକାର କରିବା ପାଇଁ ଚେଷ୍ଟା କର। ଆଚରଣ ଓ ଉଚ୍ଚାରଣରେ ସମନ୍ବୟ ସହ ବିଦ୍ୟାର ଆବଶ୍ୟକତା,ଗୁରୁ ପରମ୍ପରା,ବ୍ୟବହାରିକ, ସାମାଜିକ ଓ ନୈତିକ ଶିକ୍ଷା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଡାକ୍ତର ଦାସ ତାଙ୍କ ପିତାଙ୍କ ନାମରେ ବିଜୟାଲକ୍ଷ୍ମୀ ମାମ୍ ତାଙ୍କ ଜେଜେବାପା ଓ ଜେଜେମା ଙ୍କ ନାମରେ ବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ଅଞ୍ଜଳି କେର୍କେଟା,ନେହା ଖାଖା, ରାଧା କୁମାରୀ,ମମତା ପାତ୍ର,ଆନିଆ କଣ୍ଡୁଲନା, ସନ୍ତୋଷ ରାୟଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇଥିଲେ । ପ୍ରାରମ୍ଭରେ ଶ୍ରୀ ସ୍ବାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ନାୟକ ସଭାପତିତ୍ବ ଅଭିଭାଷଣ ଓ ସଂପାଦକ ଗଣେଶ ଜୟସିଂହ, ପରିଚାଳନା କମିଟି ର ଲିଳିମା ଜୟସିଂହ ଓ ଉପସଭାପତି ରୁକସନା ବେଗମ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାମନ୍ଦିରର ବରିଷ୍ଠ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ଜୟସିଂହ, ଝରଣା ଦାସ, କାହ୍ନୁଚରଣ ପ୍ରଧାନ, ରଶ୍ମିତା ବେହେରା, ରୂପାଲୀ ସିଂହ, ପ୍ରଭାସିନୀ ସ୍ବାଇଁ, ବିନିତା ଅଗ୍ରୱାଲ,ଦୀପ୍ତିମୟୀ ପରିଡା, ଦୀପିକା କଛ,ଗୁଲବାହାର ପରୱିନ ଓ ଲୁଭ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲାବେଳେ ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆକସ୍ମିକ ବିପର୍ଯ୍ୟୟ ପରିଚାଳନା ପାଇଁ ଟେବୁଲ ଟପ ଏକସର୍ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ 

Sunil Chandra Nayak

ଧର୍ମଗଡ ଥାନାରେ ନୂତନ ଥାନା ଅଧିକାରିଣୀଙ୍କ ଯୋଗଦାନ 

masiha

ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!