ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ମହିଳା ଦିବସ ପାଳନ

କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ମହିଳା ଦିବସ ପାଳନ

କୋଇଡା – ୧୩/୦୩ //  ସୁନ୍ଦରଗଡ଼ ଜିଲ୍ଲାର କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ଗୁରୁବାର ଦିନ ନିଉ ଗାର୍ଡେନ କଲୋନୀରେ ମହିଳା ଦିବସ ପାଳନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ ଡବ୍ଳ୍ଯୁ ଏସ ଆର ର ଶାବଲ ଝା, ସମ୍ମାନିତ ଅତିଥି ସମାଜସେବୀ ଅଶୋକ ସାମଲ,ନାରୀ ସଂଗଠିକା ରୀନାରାଣୀ ରାଉତ,ପବିତ୍ରା ପରିଡା,କୁମୁଦିନୀ ସାହୁ,କିରଣ ଦେବୀ,ବବିତା ବିହାରୀ,କମଳିନୀ ଦାସ, ମିନତୀ ଦାସ,ମାମା ପରିଡ଼ା, ସୁକାନ୍ତି ପରିଡ଼ା ସମେତ ବହୁ ନାରୀ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ସମସ୍ତେ ମହାତ୍ମାଗାନ୍ଧୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶୁଭାରମ୍ଭ କରିଥିଲେ ।

  ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ସାଂପ୍ରତିକ ସମୟରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେମାନେ କହିଥିଲେ ଆମେ ସମାଜରେ ମହିଳାମାନଙ୍କ ସ୍ଵତନ୍ତ୍ର ସ୍ଥାନ ରହିଛି ଯେଉଁଥି ପାଇଁ ମହିଳାମାନେ ଯୁଗେ ଯୁଗେ ଵନ୍ଦନୀୟ ।କେବଳ ସେତିକି ନୁହେଁ , ମହିଳାମାନେ ପରିବାରର ଦାୟିତ୍ବ ନିର୍ବାହ କରିବା ସହ ଏକ ଶୃଙ୍ଖଳିତ ସମାଜ ଗଠନରେ ମହିଳାମାନଙ୍କ ପ୍ରମୁଖ ଭୂମିକା ରହିଛି । ଏହି ଦିବସ ସେ ଉପଲକ୍ଷେ ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ, ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ ।ମହିଳାମାନେ ଚୁଲି ମୁଣ୍ଡରୁ ଯାଇ ରାଷ୍ଟୂପତି ପଦ ଅଳଂଙ୍କୃତ କରୁଛନ୍ତି । ଏହା ସହିତ ମହିଳାମାନେ ନିଜର ଅଧିକାର,ସୁଯୋଗର ସମାନତା ,ଆଇନଗତ ସଚେତନତା, ଶିକ୍ଷା,ଦକ୍ଷତା ଉପରେ ଅଧିକ ସଚେତନତା ଓ ପ୍ରଶିକ୍ଷଣ ହେବା ଆବଶ୍ୟକ । ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ କିଭଳି ଆଗକୁ ବଢିବେ, ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ତାହା ଉପରେ ମତାମତ ରଖିଥିଲେ ।ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କିଛି ମହିଳା ଏବଂ ସାମ୍ବାଦିକ ସୁରେଶ ଦାସଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

masiha

ଏଓଏସସିଏଫ୍ ର ନବ-ନିର୍ବାଚିତ ପଦାଧିକାରୀଙ୍କ ପ୍ରଥମ ବୈଠକ ଅନୁଷ୍ଠିତ

ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ କାମାକ୍ଷାନଗରରେ ଅନୁଷ୍ଠିତ

masiha

Leave a Comment

error: Content is protected !!