ବିହନ ଉତ୍ପାଦକ ଙ୍କ ବୈଠକ
ତେନ୍ତୁଳିଖୁଣ୍ଟି /ନବରଙ୍ଗପୁର୨୭/୦୫/୨୪ // ନବରଙ୍ଗପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଆଜି ଭର୍ଚୁଆଲ ମୋଡ ରେ ବିହନ ଉତ୍ପାଦକ ଙ୍କ ଏକ ବୈଠ କ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 40 ଟି ବିହନ ଉତ୍ପାଦକ କମ୍ପାନୀ ର ପ୍ରତିନିଧି ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା। ବିହନ ବିକ୍ରି ପାଇଁ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ସମ୍ପର୍କରେ ଆଲୋଚନା କରି ଅନୂପାଳନ କରିବାକୁ ତାଗିଦ୍ କରାଯାଇଥିଲା। ବିଶେଷଭାବେ ବିହନ ବିକ୍ରୀ ଲାଇସେନ୍ସ ନଥିବା ଦୋକାନକୁ ବିକ୍ରି କରିବାକୁ ନ ଦେବା,ବିନା ରସିଦ ରେ ବିକ୍ରିବଟା ନ କରିବା ଦିଗ ପ୍ରତି ଧ୍ୟାନ ଦେବାକୁ ତାଗିଦ୍ କରାଯାଇଥିଲା। ବିହନ ଗୁଡ଼ିକ ର ଉତ୍ପାଦନ କ୍ଷମତା, ସମୟ ବିଷୟ ରେ ସଠିକ୍ ତଥ୍ୟ ଦେବା ବିହନ ର ଗୁଣ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦା ନ କରାଯାଇଥିଲା। ଚାଷୀ କୁ ସଠିକ୍ ଦର ଉଚ୍ଚ ଉତ୍ପାଦନ କ୍ଷମତା ସମ୍ପନ୍ନ ବିହନ ବିକ୍ରି କରିବାକୁ ଜୋର୍ ଦିଆଯାଇଥିଲା। ବୈଠକ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି ଭେଙ୍କଟ ରେଡ୍ଡୀ, ସ୍କିମ ଅଫିସର ରାମ ଚନ୍ଦ୍ର ମୁଦୁଲି , ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ , ଏ ଡି ଏ ବିରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି


