ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଗାଡି ଓଲଟି ୧୩ ଆହତ 

ଅଟୋ ଗାଡି ଓଲଟି ୧୩ ଆହତ

ଡାବୁଗାଁ, ୧୧/୧୧ (ମ.ନି.ସ.)- ସୋମବାର ରାତ୍ର ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠ ନିକଟରେ ଅଟୋ ଗାଡି ଓଲଟି ୧୩ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଅଧୀନ ନୂଆଗାଁ ଗ୍ରାମର ୨ ଟି ପରିବାର ର ମୋଟ ୧୩ ଜଣ ଆଜି କାର୍ତ୍ତିକ ମାସ ଶେଷ ସୋମବାର ଥିବାରୁ ସମସ୍ତେ ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠକୁ ଠାକୁରଙ୍କ ଦର୍ଶନ ସାରି ଝରିଗାଁ ବ୍ଲକ ଅଧୀନ ଚନ୍ଦନଧାରା ଯାଇଥିଲେ | ସେଠାରୁ ରାତ୍ର ପ୍ରାୟ ୭ ଘ. ସମୟରେ ଏକ ଅଟୋ ନଂ ଓଡି ୧୦ ଏ ୦୧୬୧ ଯୋଗେ ଫେରୁଥିବା ବେଳେ କେଲିଆ ଶୈବପୀଠ ନିକଟ ଉଠାଣି ଉପରେ ଅଟୋ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଫଳରେ ଗାଡିରେ ଥିବା ଯାତ୍ରୀ ମାନେ ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଆହତ ମାନେ ହେଲେ – ବୋରିଗୁମ୍ମା ବ୍ଲକ ଅଧୀନ ନୂଆଗାଁ ଗ୍ରାମର ସୁନାଧର ହରିଜନ (୩୫), ଦହଣା ହରିଜନ (୩୫), ରାହୁଲ ହରିଜନ (୧୭), ସୁଇଟି ହରିଜନ (୭), ଯୁବରାଜ ହରିଜନ (୮), ମିତ୍ରମଣି ହରିଜନ (୩୮), ଶ୍ରୀୟା ହରିଜନ (୧୪), ସୁମିତ ହରିଜନ (୪୦), ପ୍ରମିଳା ହରିଜନ (୨୬), ସନ୍ଧ୍ୟା ହରିଜନ (୩୦), ଗୋମତୀ ହରିଜନ (୪୦),କବିତା ହରିଜନ (୨୫) ଓ ସୁନୀଲ ହରିଜନ (୨୭) | ଏମାନଙ୍କ ମଧ୍ୟରୁ ସୁଇଟି ହରିଜନ, ରାହୁଲ ହରିଜନ ଓ ପ୍ରମିଳା ହରିଜନ ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଖବରପାଇ ଡାବୁଗାଁ ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ପରିଡାଙ୍କ ରିପୋର୍ଟ

Related posts

ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ମଣ୍ଡଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସ ପାଳିତ 

Sunil Chandra Nayak

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

Sunil Chandra Nayak

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!