ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ଚଲିଥିବା ଏଚ୍‌ପିଏଲ କ୍ରିକେଟ୍‌ ଉଦ୍‌ଯାପିତ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ଚଲିଥିବା ଏଚ୍‌ପିଏଲ କ୍ରିକେଟ୍‌ ଉଦ୍‌ଯାପିତ

ରାଉରକେଲା: ରାଉରକେଲା ସହରର ପାନପୋଷଠାରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍‌ରେ ଚାଲିଥିବା ଏଚ୍‌ପିଏଲ କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଯାପିତ୍ତ ହୋଇଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ ଖେଳ ରାମ୍ପିଙ୍ଗ୍‌ ରାଇନୋସ୍‌ ଦଳ ପ୍ରଥମେ ଖେଳି ନିର୍ଦ୍ଧାରିତ ୧୨ ଓଭରରେ ୭୮ରନ୍‌ କରିଥିଲା। ଏହାର ଜବାବରେ ଏଲାଇଟ ଇଗଲ ଦଳ ମାତ୍ର ୬ ଓଭରରେ ୭୯ରନ୍‌ କରି ବିଜୟୀ ହେବା ସହ ଚମ୍ପିୟାନ ହୋଇଥିଲା। ଏହି ଅବସରରେ ହୋଇଥିବା ପୁରସ୍କରା ବିତରଣି ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ବିଧାୟକ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ। ଏଥିରେ ଫାଇନାଲ୍‌ ଖେଳର ଶ୍ରେଷ୍ଠ ଖେଳାଳୀଭାବେ ରାହୁଳ ଅଗ୍ରୱାଲ, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀଭାବେ ବିକାଶ ବାରିକ, ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌-ଶିବସୁନ୍ଦର ପ୍ରଧାନ ଏବଂ ଶ୍ରେଷ୍ଠ ବୋଲରଭାବେ ଦୀପକ ବାରିକ ପ୍ରମୁଖଙ୍କ ସମେତ ବିଜୟୀ ଏବଂ ଉପବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ଉପସ୍ଥିତିରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଯନ୍ତ୍ରୀ ମନୋଜ ମହାନନ୍ଦ, ପୂର୍ତ୍ତ ବିଭାଗର ଏସ୍‌ଡିଓ ପ୍ରମୋଦ ମହାପାତ୍ର, ୱାଟ୍‌କୋ ସହକାରୀ ଯନ୍ତ୍ରୀ ଶ୍ରୀଧର ପଟ୍ଟନାୟକ, ହଷ୍ଟେଲ୍‌ ଅଧୀକ୍ଷକ ଅଜୟ କୁମାର ବେହେରା, ହଷ୍ଟେଲ ୱାର୍ଡେନ ମାୟାଧର ବାରିକଙ୍କ ସମେତ ହଷ୍ଟେଲ୍‌ର ସହକାରୀ ଅଧୀକ୍ଷକ ଶୁଭନାଥ ସା ଏବଂ କୁଆଁରମୁଣ୍ଡା ଡେଇଗ୍ରୀ କଲେଜ୍‌ର ଅଧ୍ୟକ୍ଷ ପ୍ରଦୀପ ଖେସ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ ସମିତିର ଅଧ୍ୟକ୍ଷଭାବେ ବିଶ୍ୱଜିତ ପଲାଇ ଏବଂ ଉପାଧ୍ୟକ୍ଷ ଉତ୍କଳ କେଶରୀ ମିଶ୍ରଙ୍କ ସମେତ ସୌମ୍ୟରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ। ଖେଳଗୁଡ଼ିକର ସଂଯୋଜନାରେ ସୌମ୍ୟ ରଞ୍ଜନ ସାହୁ , ଅଜୁ ମେହେର ଓ ସମ୍ପଦ ପଟେଲ ଦାୟିତ୍ୱ ନିର୍ବାହ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଉପଲକ୍ଷେ ମହୁଲପାଟଣା ଠାରେ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

Sunil Chandra Nayak

ଛତିଶ ଗଡ଼ ଠାରେ ଶକ୍ତି ଉତ୍ତଳନ ପ୍ରତିଯୋଗିତା ରେ ରାୟଗଡ଼ା କୁ ୯ ପଦକ 

masiha

Leave a Comment

error: Content is protected !!