ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପଟାପଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ // ସୁପର ଓଭର ରେ ଟାଇଗର କ୍ଲବ ବୋର୍ଡାପଡା ଦଳ କୁ ହରାଇ ଚାମ୍ପିଅନ୍

ନୂଆପଡା,//  ନୂଆପଡା ଜିଲ୍ଲା ଖଡ଼ିଆଲ ବ୍ଳକ ଭୋଜପୁର ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ସପ୍ତମ ଜୟ ମାଁ ଛତା ପିପଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଭୋଜପୁର ଇଲେଭନ ବ୍ରଦର ଦ୍ବାରା ଆୟୋଜିତ ପଟାପଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ବୁଧୁବାର ଫାଇନାଲ ମ୍ୟାଚ ବୋର୍ଡାପଡା ଟିମ୍ ଓ ଟାଇଗର କ୍ଲବ ଭୋଜପୁର ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା । ଏକ ସଂଘର୍ଷ ପୁର୍ଣ୍ଣ ମ୍ୟାଚ ରେ ଦୁଇ ଦଳର ସ୍କୋର ସମାନ ହେବାର ଟାଇ ହୋଇଥିଲା । ଦୁଇ ଦଳ ମଧ୍ଯ ରେ ସୁପର ଓଭର ଖେଲାଯାଇଥିଲା । ଏଥିରେ ଟାଇଗର କ୍ଲବ ଭୋଜପୁର ବୋର୍ଡାପଡା ଦଳ କୁ ହରାଇ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲେ ବୁଧୁବାର ଫାଇନାଲ ମ୍ୟାଚ ରେ ମୁଖ୍ଯ ଅତିଥି ଭାବରେ ଭୋଜପୁର ସରପଂଚୱ ଶ୍ରୀଯୁକ୍ତ କୁଳମଣି ନାଏକ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ଶ୍ରୀମତୀ ମମତା ମଞରୀ ଥପା ଓ ବିଷିଷ୍ଟ ଅତିଥି ଭାବରେ ଖଡିଆଳ ଏନ ଏ ସି ଯାଦବ ସମାଜ ର ଉପଦେଷ୍ଟା ଶ୍ରୀଯୁକ୍ତ ଦୟା ଥପା ଯୋଗଦାନ କରିଥିଲେ, ମ୍ୟାଚ ଶେଷ ରେ ଅତିଥି ମାନେ ଉଭୟ ଦଳର ଖେଲାଡି ମାନ କୁଂ ଉତ୍ସାହିତ କରିବା ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ ମ୍ୟାଚ କୁ ପରିଚାଳନା କରିବାରେ ଆୟୋଜକ କମିଟି ର ଲିଲୁ ଭୋଇ, ତୁଲସୀ ଭୋଇ, ନିରନ୍ ଭୋଇ, ରୋହିତ ପୁଞ୍ଜି, ପ୍ରସନ୍ନ ଭୋଇ ଓ ଅନ୍ୟ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡପଳଶାରେ ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ

Sunil Chandra Nayak

କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

Sunil Chandra Nayak

ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!