ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଲବାଣୀ ଠାରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ବାଗତ

କନ୍ଧମାଳ / କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ  ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଛି। ପାରମ୍ପରିକ ବାଦ୍ୟ, ସଂଗୀତ ଓ ନୃତ୍ୟ ମଧ୍ୟରେ ହକି ବିଶ୍ଵ କପ୍ ଟ୍ରଫିକୁ ସ୍ଵାଗତ କରା ଯାଇଥିଲା । ମଙ୍ଗଳବାର ଦିନ ହକି ବିଶ୍ଵ କପ୍ ଟ୍ରଫି ନୟାଗଡ଼ ଜିଲ୍ଲା ଦେଇ ଖଜୁରୀପଡ଼ା ଠାରେ ବ୍ଲକ ପ୍ରଶାସନ ଓ ନାଗରିକ କମିଟି ପକ୍ଷରୁ ସ୍ଵାଗତ କରାଯିବା ପରେ ରାତି ୧୧ ଟା ସମୟ ରେ ଫୁଲବାଣୀ ରେ ପହଂଚିବା ପରେ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇ କଡା ସୁରକ୍ଷା ମଧ୍ୟରେ ଫୁଲବାଣୀ ସର୍କିଟ ହାଉସ ଠାରେ ରଖାଯାଇଥିଲା । ବୁଧବାର ସକାଳ ୭ ଟା ସମୟରେ ଫୁଲବାଣୀ କରୋନେସନ ପଡିଆରେ ପହଞ୍ଚିବା ପରେ ଏକ ମିନି ମାରାଥନ ଷ୍ଟାଡିୟମ ରୁ ବାହାରି ଖେଳ ପଡିଆରେ ପହଞ୍ଚିଥିଲା l ପରେ କୋର୍ଟ ଛକ ରୁ ପାରମ୍ପରିକ ବାଦ୍ୟ, ଏବଂ ସଂଗୀତ ତାଳେ ତାଳେ ନୃତ୍ୟ କରି ହକି ବିଶ୍ଵ କପ୍ ଟ୍ରଫିକୁ ମୁଖ୍ୟ ବଜାର ଦେଇ ସହର ପରିକ୍ରମା ଶେଷରେ କରୋନେସନ ପଡିଆକୁ ଅଣା ଯାଇଥିଲା l ସେଠାରେ ଆୟୋଜିତ ସଭାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଏସ ଡିସି ଅଧ୍ୟକ୍ଷ ରୋଦନ ମଲିକ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲିକ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜ଼ିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ, ଟ୍ରଫି ନେଇ ଆସିଥିବା ରାଜ୍ୟ ଅଧିକାରୀ ଡ଼ଃ ବାଦଲ ମହାନ୍ତି, ଯୋଗେନ୍ଦ୍ର ମାଝୀ ଓ ଫୁଲବାଣୀ ବିଡ଼ିଓ  ପ୍ରବିଣ କୁମାର  ବାଳୁଆ ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ l ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ l

କନ୍ଧମାଳ ରୁ ଜୟ ସେନ ପରିଡା ଙ୍କ ରିପୋର୍ଟ 

Related posts

ଯୁବ ଜ୍ୟୋତି କ୍ଲବ ର ବାର୍ଷିକ ବୈଠକ ତଥା କର୍ମକର୍ତା ନିର୍ବାଚନ

Sunil Chandra Nayak

ବାଦାମପାହାଡ ସରସ୍ବତୀଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

Leave a Comment

error: Content is protected !!