ଡାବୁଗାଁ, ୨୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମରେ ନିଆଁ ରେ ପୋଡି ହୋଇ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର ମମତା ହରିଜନ (୨୫) ମଙ୍ଗଳବାର ସନ୍ଧ୍ୟାରେ ଘରେ କାଠ ଚୁଲିରେ ରୋଷେଇ କରୁଥିବା ବେଳେ ପିନ୍ଧିଥିବା ଡ୍ରେସର ପଛ ପଟେ ନିଆଁ ଲାଗି ଯାଇଥିଲା | ଫଳରେ ସେ ଚିତ୍କାର କରି ଘର ବାହାରକୁ ବାହାରି ଆସିଥିଲେ | ବାହାରେ ତାଙ୍କ ଶାଶୁ ଓ ନଣନ୍ଦ ଦେଖି ମମତା ଦେହରେ ଲାଗିଥିବା ନିଆଁ ଲିଭାଇବାକୁ ଚେଷ୍ଟା କରି ଏକ ବସ୍ତା ଘୋଡାଇ ଦେବାରୁ ନିଆଁ ଲିଭି ଯାଇଥିଲା | ସଙ୍ଗେସଙ୍ଗେ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିଇତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରଯାଇଥିଲା | ସେଠାରୁ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଶାଖାପାଟନମ ସ୍ଥିତ କେଜିଏଚ ହସ୍ପିପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ବୁଧବାର ମୃତ୍ୟୁ ଘଟିଥିଲା | ମମତା ପୋଡି ଯାଇଥିବା ଖବର ତାଙ୍କ ଦିଅର ବିପିନ ଭତ୍ରା ଫୋନ କରି ମମତା ଙ୍କ ବାପା ଙ୍କୁ ଜଣାଇଥିଲା | ଏନେଇ ମୃତକର ବାପା ଧନପତି ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତିକରି ଥାନା କେସ ନଂ ୨୨୨/୨୨ ରେ ଏକ ମାମଲା ରୁଜୁ ହୋଇଛି | ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ବୁଧବାର ରାତ୍ରିରେ ବିଶାଖାପାଟନମ ଗସ୍ତ କରିଛନ୍ତି |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ