ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର, ଥାନାରେ ଅଭିଯୋଗ

କୋକସରା,୧୭/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣି ଥାନା ଅନ୍ତର୍ଗତ ଯାନିପଡା ଗ୍ରାମର ମଙ୍ଗଲୁ ମାଝୀ (୬୮) ରବିବାର ବିଳମ୍ବିତ ରାତିରେ ନିଜ ପନିପରିବା ଚାଷ କରିଥିବା ନିକଟରେ ଥିବା ଏକ କୁଡିଆ ଘରେ ଶୋଇଥିବା ସମୟରେ ଚାରି ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତ ଆସି ବୃଦ୍ଧଙ୍କୁ ଅତର୍କିତ ମାଡ଼ ମାରିବା ସହ ଶୋଇଥିବା ଖଟ ଉପରେ ଦଉଡିରେ ବାନ୍ଧି ଦେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ସୋମବାର ସକାଳେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମପାଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଦୁର୍ବୃତ୍ତ ମାନେ କାହିଁକି ଆକ୍ରମଣ କରିଛନ୍ତି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ପୀଡିତ ମଙ୍ଗଲୁ ମାଝୀ ଆମପାଣି ଥାନାରେ ଏନେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ରାଜେଶ ପରିଡା ସୂଚନା ଦେବାସହ ଏନେଇ ଆମପାଣି ଥାନାରେ କେଶ ନମ୍ବର ୬୬/୨୩ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

ଅବକାରୀ ଚଢ଼ାଉ ; ୮ ଲିଟର ମଦ ସହ ଜଣେ ଗିରଫ

masiha

ଶିମିଳିପାଳ ଅଭୟାରଣ୍ୟରେ ସଶସ୍ତ୍ର ଜଙ୍ଗଲ ମାଫିଆଙ୍କ ଗୁଳିରେ ନିରସ୍ତ୍ର ଲାଠି ଧାରି ବନ ବିଭାଗର ମୁଣ୍ଡ ଗଡିଲା ; ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପ୍ରତିକ୍ରିୟା

Sunil Chandra Nayak

Leave a Comment

error: Content is protected !!