ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୁବତୀଙ୍କୁ ଅପହରଣ କରି ଧର୍ଷଣ କରାଯାଇଥିବା ନେଇ ଥାନାରେ ଏତଲା 

ଯୁବତୀଙ୍କୁ ଅପହରଣ କରି ଧର୍ଷଣ କରାଯାଇଥିବା ନେଇ ଥାନାରେ ଏତଲା 

ଡାବୁଗାଁ, ୧୭/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଜଣେ ଯୁବତୀ ଅପହରଣ ରେ ଧର୍ଷଣ ର ଶିକାର ହୋଇଥିବା ନେଇ ଶୁକ୍ରବାର ରାତିରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳରେ ୪.୫.୨୫ ଦିନ ଜଣେ ୧୯ ବର୍ଷୀୟ ଯୁବତୀ ନିଜ ଆଇ ଘରେ ଥିଲେ | ରାତ୍ର ପ୍ରାୟ ୧୦ ଘ. ସମୟରେ ପରିସ୍ରା କରିବା ପାଇଁ ଘର ବାହାରକୁ ଆସିଥିଲେ | ସେହି ସମୟରେ ପାଖ ଗ୍ରାମର ସିଦ୍ଧାନ୍ତ ପନକା(୨୭) ଯୁବତୀ ଙ୍କୁ ହଠାତ ଉଠାଇ ଆଣି କିଛି ଡୁଆରେ ଥିବା ସିଦ୍ଧାନ୍ତର ସାଙ୍ଗ ସତ୍ୟବାନ ପନକା (୨୭) ସହ ଏକ ମୋଟରସାଇକେଲ ରେ ଅପହରଣ କରି ନେଇ କୋଡିଗାଁ ଥାନା ଅଞ୍ଚଳର ଏକ ଗ୍ରାମରେ ନେଇ ଜଣଙ୍କ ଘରେ ରଖିଥିଲେ | ସେଠାରେ ଯୁବତୀଙ୍କୁ ୨ ଯୁବ ଧର୍ଷଣ କରିଥିଲେ | ଏହାର ୩ ଦିନ ପରେ ୨ ଯୁବକ ଯୁବତୀଙ୍କୁ ଆଣି ଯୁବତୀଙ୍କ ଆଇ ଘର ଗ୍ରାମ ନିକଟରେ ଛାଡି ଚାଲି ଯାଇଥଲେ | ଯୁବତୀ ଜଣଙ୍କ ସିଦ୍ଧାନ୍ତ ଙ୍କ ଘରକୁ ଯାଇ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ଅଡି ବସିଥିଲେ କିନ୍ତୁ ସିଦ୍ଧାନ୍ତଙ୍କ ପରିବାର ଲୋକେ ଗ୍ରହଣ କରିନଥିଲେ | ଏହାପରେ ୧୬/୫/୨୫ ଦିନ ରାତିରେ ପୀଡ଼ିତା ଯୁବତୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୦୦/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା | ଶନିବାର ସକାଳୁ ଯୁବତୀଙ୍କର ଡାକ୍ତରୀ ମାଇନା କରାଯାଇଛି ଓ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଏବଂ ସାଇଣ୍ଟିଫିକ ଦଳ କୋଡିଗାଁ ଥାନା ଅଞ୍ଚଳ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି | ପୀଡ଼ିତା ଯୁବତୀ ଙ୍କୁ ଡାବୁଗାଁ ର ସୁଧାର ଗୃହ ରେ ରଖାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଢୁଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ

masiha

ଦେଶୀ ମଦ ଜବତ: ୨ ଗିରଫ୍ 

masiha

ଟ୍ରେନ ଲାଇନରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ

Sunil Chandra Nayak

Leave a Comment

error: Content is protected !!