ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା 

ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା 

ଡାବୁଗାଁ, ୧୯/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଗୁଚାଗୁଡା ଗ୍ରାମରେ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ସୋମବାର ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଗୁଚାଗୁଡା ଗ୍ରାମର ଭଗବାନ ପୂଜାରୀ ଙ୍କ ପୁଅ ଚନ୍ଦ୍ର ପୂଜାରୀ (୪୬) ରବିବାର ରାତ୍ରିରେ ବିଷ ଖାଇ ଦେଇ ଶୋଇ ପଡିଥିଲେ | ସୋମବାର ଭୋର ପ୍ରାୟ ୪ ଘ.ସମୟରେ ଚନ୍ଦ୍ର ଅସ୍ତବ୍ୟସ୍ତ ହୋଇ ପାଟି କରିଥିଲା | ପାଟି ଶୁଣି ପରିବାର ଲୋକେ ଉଠି ଆସି ଦେଖିଥିଲେ ଯେ ଚନ୍ଦ୍ର ଅସ୍ତବ୍ୟସ୍ତ ହେଉଛି ଓ ପଚାରିବାରୁ କହିଥିଲା ଯେ ସେ ବିଷ ଖାଇ ଦେଇଛି | ପରିବାର ଲୋକେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ଚିକିତ୍ସା କରି ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ଭାଇ ଲଖମୁ ପୂଜାରୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୦/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଠ ଦିନ ହେବ ନିଖୋଜ ଯୁବତୀଙ୍କ ପତ୍ତା ମିଳୁନି 

Sunil Chandra Nayak

Breaking – ଅମାଠ ଠାରେ ମହିନ୍ଦ୍ରା ପିକ୍ ଅପ୍ ରୁ ୩୩ ପକେଟ୍ ଗଞ୍ଜେଇ ଜବତ

Sunil Chandra Nayak

ବେଆଇନ ମଦ ଓ ନଲି ପଞ୍ଜାବରେ ବାମନଘାଟୀ ଉପଖଣ୍ଡ; ୭ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

Leave a Comment

error: Content is protected !!