ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କାମାକ୍ଷାନଗର (ମନିସ )19/2/24 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ରୂପାବେଡା ଗାଁରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ଗୋବରୀ ଗାଁର ମୁନି ଗାଗରାଇ। ମୁନି ନିଜ ବାପ ଘର ରୁପାବେଡା ଗାଁରେ ପାରିବାରିକ କଳହ କାରଣରୁ ଆଜକୁ ୬ମାସ ହେବ ରହି ଆସୁଥିଲେ। ତେବେ ଆଜି ସକାଳୁ ତାଙ୍କ ମୃତ ଦେହ ଘର ପଛ ପାଖ ଏକ ମହୁଲ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରୁଛି କଙ୍କଡାହାଡ଼ ପୋଲିସ। ସବ ଜବତ କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଲାଠୋର ବନ ବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଖଇର ଗଣ୍ଡି ଜବତ 

masiha

ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ମଧ୍ୟପ୍ରଦେଶରୁ ଉଦ୍ଧାର କଲା ମଇଦଲପୁର ପୋଲିସ

Sunil Chandra Nayak

ଖଡ଼ିଆଳ ରାମ ସ୍ବାମୀ ମନ୍ଦିର ରୁ ଚୋରୀ , ପୋଲିସ ର ଘଟଣା ସ୍ଥଳ ରେ ତଦନ୍ତ

Sunil Chandra Nayak

Leave a Comment

error: Content is protected !!