ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ। ଘଟଣା ସ୍ଥଳ ରେ ଉତ୍ତେଜନା…

ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ

ଘଟଣା ସ୍ଥଳ ରେ ଉତ୍ତେଜନା….

ଧର୍ମଗଡ: ପାଞ୍ଚ ଦିନ ତଳେ ନିଖୋଜ ପ୍ରେମୀ ଯୁଗଳ ଙ୍କ ମୃତ ଦେହ ଆଜି ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗାରି ଶୀର୍ଷ ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହତ୍ୟା ପରେ ଘଟଣା କୁ ଆତ୍ମହତ୍ୟା ରୂପ ଦେବାକୁ ପ୍ରେମୀ ଯୁଗଳ ଙ୍କୁ ଗଛ ଉପରେ ଟାଙ୍ଗି ଦିଆଯାଇଥିବାଜଣାଯାଇଛି।ଦେହ ସାରା ରକ୍ତ ଛିଟା ଥିବା ସହ ଦୁଇ ହାତ ପଛ ପଟେ ବନ୍ଧା ଥିବା ଅବସ୍ଥାରେ ଉଭୟ କେମିତି ଆତ୍ମହତ୍ୟା କଲେ ତାକୁ ନେଇ ସାଧାରଣରେ ସନ୍ଦେହ ଦେଖା ଦେଇଛି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଏହାକୁ ନେଇ ସାଧାରଣରେ ଉତ୍ତେଜନା ଦେଖା ଦେଇଛି।ପୋଲିସ ରୁ ମିଳିଥିବା ସୂଚନା ଅନୁଯାୟୀ କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ଅଜିତ କୁମାର ନାଏକ ପିତା ପ୍ରହ୍ଲାଦ ନାଏକ ଓ ଧର୍ମଗଡ ସହର ଅନ୍ତର୍ଗତ କେନ୍ଦୁମୁଡ଼ି ପଡା ର ପ୍ରିୟ ଦର୍ଶିନୀ ନାଏକଙ୍କ ପ୍ରେମ ସମ୍ପର୍କ ରହିଥିଲା।ଗତ ଦୁର୍ଗାପୂଜା ୧୭ତାରିଖ ଦିନ ସେମାନେ ରାତିରୁ ନିଖୋଜ ହୋଇ ଯାଇଥିଲେ।ଏନେଇ ଉଭୟ ପକ୍ଷରୁ କୋକସରା ଓ ଧର୍ମଗଡ ଥାନା ରେ ନିଖୋଜ ମାମଲା କରାଯାଇଥିଲା। ଆଜି ସକାଳେ କିଛି ଲୋକ ଜଙ୍ଗଲ କୁ କାଠ ସଂଗ୍ରହ କରିବାକୁ ଆସି ଝଲନ୍ତା ମୃତ ଦେହ କୁ ଦେଖିଥିଲେ।ଏହି ଘଟଣା ପ୍ରଚାରିତ ହେବାପରେ ଲୋକଙ୍କ ଭିଡ଼ ଜମି ଥିଲା।ମୃତ ଦେହ ଦୁଇଟି ପ୍ରାୟ ପଚି ଯାଇଥିବା ବେଳେ ମୁଣ୍ଡ ବାଳ ତଳେ ଝରି ପଡିଛି। ପରେ ଘଟଣା ସମ୍ପର୍କ ରେ ଉଭୟ ଙ୍କ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ।ଏହା ଏକ ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ ହୋଇଛି।ଧର୍ମଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।ତେବେ ପୁଅ ଙ୍କ ପରିବାର ଲୋକ କହିବା ଅନୁଯାୟୀ ଏହି ଘଟଣା ରେ ଝିଅ ଙ୍କ ପରିବାର ଲୋକ ମାରି ଥିବା ସନ୍ଦେହ କରିଛନ୍ତି।କାରଣ ଘଟଣା ପରଠାରୁ ଝିଅ ଙ୍କ ପରିବାର ଲୋକ ଆସି ବିଭିନ୍ନ ସମୟରେ ମୃତ ଅଜିତ ର ପରିବାର କୁ ଧମକ ଚମକ ଦେଉଥିଲେ।ଯାହାକୁ ନେଇ ଘଟଣା ସ୍ଥଳ ରେ ଉତ୍ତେଜନା ଦେଖା ଯାଇଥିଲା।ପୋଲିସ ତଦନ୍ତ ଜାରୀ ରଖିଛି।

Related posts

ବନ ବିଭାଗ ତରଫରୁ ଶିଶୁ ଶ୍ରମିକଙ୍କୁ ଗାତ ପିଛା ୧୦ ଟଙ୍କା ମୂଲରେ ନିୟୋଜିତ 

ବହଳଦା ପୋଲିସ ଦ୍ୱାରା 56 ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ 

masiha

ଠିକାଦାରଙ୍କ ବିଲ୍ ଆତ୍ମସାତ୍ କରି ଚାଲିଗଲେ ନିର୍ବାହି ଅଧିକାରି,ବିଡ଼ିଓଙ୍କ ପରେ ଥାନାର ଦ୍ୱାରସ୍ତ ହେଲେ କଣ୍ଟ୍ରାକଟର

Sunil Chandra Nayak

Leave a Comment

error: Content is protected !!