୧ ବର୍ଷ ରେ ଟଙ୍କା ୨ ଗୁଣା ହେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡ଼ପ ନେଇ ଥାନା ରେ ଏତଲା
ଡାବୁଗାଁ, ୨୧/୯ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳ ରେ ୧ ବର୍ଷ ରେ ଟଙ୍କା ୨ ଗୁଣ ହେବା ର ପ୍ରଲୋଭନଦେଖାଇ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ନେଇ ରବିବାର ରାତିରେ ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚାଯୋଗ୍ୟ:- ଚଳିତ ମାସ ପ୍ରଥମ ସପ୍ତାହ ରେ କୋଡ଼ିଗାଁ ଥାନା ଅଧିନ କଟାଗାଁ ଗ୍ରାମର ସମ୍ବଲ ନାୟକ ଡାବୁଗାଁ ଥାନା ଅଧୀନ ବିଜାପୁର ଡ଼ଙ୍ଗରୀଗୁଡା ଗ୍ରାମକୁ ଆସି ଗ୍ରାମର ଡମ୍ବରୁ ଭତ୍ରା ଙ୍କ ସହ ସାକ୍ଷାତ କରି ଏଲ. ଏଫ. ୱାର୍କ ସଂସ୍ଥା ର ମ୍ୟାନେଜର ଅଛି ବୋଲି ପରିଚୟ ଦେଇ କହିଥିଲା ଯେ ଏହି ସଂସ୍ଥା ରେ ଟଙ୍କା ବିନିଯୋଗ କଲେ ୧ ବର୍ଷ ରେ ଟଙ୍କା ୨ ଗୁଣା ହେବ l ଏହି ଟଙ୍କା ପ୍ରତି ମାସକୁ ମାସ ନିଜ ଆକାଉଣ୍ଟ ରେ ଫେରି ପାଇବ ବୋଲି କହିଥିଲା l ଏହାପରେ ସମ୍ବଲ ନାୟକ ଏକ ଲିଙ୍କ ଡମ୍ବରୁ ଭତ୍ରା ଙ୍କ ମୋବାଇଲ କୁ ଛାଡି କହିଥିଲେ ଯେ ଏହି ଲିଙ୍କ ରେ ଟଙ୍କା ଛାଡ଼ l ଏହାପରେ ଡମ୍ବରୁ ଲିଙ୍କ ରେ 45,500/- ଟଙ୍କା ପଠାଇ ଥିଲେ l ଏହି ପରି ସେହି ଗ୍ରାମର ବିଶ୍ୱଜିତ ସାବତ 43.100/-ଟଙ୍କା ଲିଙ୍କ ରେ ଛାଡ଼ିଥିଲେ l ସେହିପରି ଆଖପାଖ ଗ୍ରାମର ପ୍ରାୟ 13 ଜଣ ଯୁବକ ଉକ୍ତ ଲିଙ୍କ ରେ ଟଙ୍କା ଜମା କରିଥିଲେ l ୧ ବର୍ଷ ରେ ଟଙ୍କା ୨ ଗୁଣା ହେବା ଆଶା ରେ ୧୩ ଜଣ ଯୁବକ ଙ୍କ ର ପ୍ରାୟ ଲକ୍ଷାଧିକ ଟଙ୍କା ଜମା କରିଛନ୍ତି l ପରେ ଯୁବକ ମାନେ ଜାଣିବାକୁ ପାଇଥିଲେ ଯେ ଏଲ. ଏଫ ୱାର୍କ ସଂସ୍ଥା ଦ୍ୱାରା ତାଙ୍କୁ ଠକେଇ କରାଯାଇଛି l ଏନେଇ ଯୁବକ ମାନେ ରବିବାର ରାତିରେ ଡାବୁଗାଁ ଥାନା ରେ ଏତଲା ଦେଇଛନ୍ତି l
ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

