ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାଘର ପାଇଁ ବଇନା ଦେଇ ଫେରୁଥିବା ବେଳେ ଅଜଣାଗାଡି ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ 

ବାହାଘର ପାଇଁ ବଇନା ଦେଇ ଫେରୁଥିବା ବେଳେ ଅଜଣାଗାଡି ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ 

   କାମାକ୍ଷାନଗର (ମନିସ)21/9/25 —   ନିଜ ବାହାଘର ପାଇଁ ବଜାବଲା ଏବଂ ଲାଇଟ୍ ବାଲାଙ୍କୁ ବାଇନ ଦେବାକୁ ଆସି ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ । ଯୁବକ ଜଣକ ହେଲେ ଶଶାଙ୍କ କୁମାର ପ୍ରଧାନ । ତାଙ୍କର କିଛି ଦିନ ତଳେ କାମାକ୍ଷା ନଗର ଅଞ୍ଚଳ ରେ ତାଙ୍କ ବାହାଘର ଠିକ୍ ହୋଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖ‌ିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ନିକଟରେ | ଢେଙ୍କାନାଳ ଜିଲ୍ଲା ମୋଟଗାଁ ଥାନା ବୁଢାପଙ୍କ ଗାଁର ସାରଙ୍ଗଧର ପ୍ରଧାନଙ୍କ ବଡ଼ପୁଅ ଶଶାଙ୍କ କୁମାର ପ୍ରଧାନ କୋରାପୁଟରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ଗାଡିବଲା ଦୁର୍ଘଟଣା ଘଟାଇ ଫେରାର ରହିଥିବାବେଳେ ଏହାର କାରଣ ଅସ୍ପଷ୍ଟ ରହିଛି ।ପରଜଙ୍ଗ ପୋଲିସ ଜୋର୍ ଦାର ରେ ତଦନ୍ତ ଚଳାଇଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

OSWASରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ତିନି ଜଣ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ  ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ କହିଲେ – “OSWAS ସୁଶାସନର ଏକ ଶକ୍ତିଶାଳୀ ମାଧ୍ୟମ”

Sunil Chandra Nayak

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

masiha

*MASSIVE PROTEST BLOCKS RAYAGADA ROAD, COMMUTERS FACE DIFFICULTIES*

masiha

Leave a Comment

error: Content is protected !!