ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଛଡେଇ ନେଲା ଶଙ୍ଖା ସିନ୍ଦୁର

 ବାଲିକୁଦା :-01/03/23::-ଅଭାବୀ ସଂସାର ର ଦୁଃଖ ଦୂର କରିବା ପାଇଁ କିଏ କେତେ ପ୍ରକାର ଯୋଜନା କରି ବସେ ! ଜୀବନ ଜୀବିକା ଭିତରେ ପରିବାରର ପ୍ରତିପୋଷଣ ନିହାତି ଅପରିହାର୍ଯ୍ୟ | କିନ୍ତୁ ସେଇ ଜୀବିକା ର ମାଧ୍ୟମ ସାଜିଥିବା ଯୋଜନା ଯେ, ଗୋଟେ ସ୍ତ୍ରୀ ପାଖରୁ ତା ସ୍ୱାମୀ କି ଛଡେଇ ନେବ, ଶଙ୍ଖା ସିନ୍ଦୁର ଛଡେଇ ନେଇ ଉଜାଡି ଦେବ ସଂସାର, କେହି ବି କଳ୍ପନା କରି ନଥାଏ | ସେଇ ପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦା ଥାନା ର ବାଲିସାହି ଗ୍ରାମରେ | ବାଲିକୁଦା ଥାନା ର ତହସିଲ ଛକ ନିକଟରେ ଏକ ଅଟୋ ଓଲଟି ଚାଳକ ର ମୃତ୍ୟୁ ର କରଣ ପାଲଟିଛି | ଘଟଣା ଅନୁସାରେ ବାଲିକୁଦା ଅଞ୍ଚଳ ବାଲିସାହି ଗ୍ରାମର ଟୁକୁନା ଦାସ ନିଜର ଜୀବିକା ନିର୍ବାହ ପାଇଁ ଏକ ଡ଼ାଲା ଅଟୋ କ୍ରୟ କରିଥିଲେ | ଆଜି ସେହି ଅଟୋ କୁ ନେଇ ବ୍ୟବସାୟ ନିମନ୍ତେ ଯାଉଥିବା ବେଳେ, ଅଟୋ ଟି ଭାରସାମ୍ୟ ହରାଇ ବିଲ କୁ ଓଲଟି ପଡି ଦୁର୍ଘଟଣା ଘଟିଥିଲା | ଯାହା ଫଳରେ ଅଟୋ ଚାଳକ ଟୁକୁନା ଦାସର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା | ଆଖପାଖ ର ପଡୋଶୀ ଲୋକ ମାନେ ଧାଇଁ ଆସିଲେ, ଏବଂ ତାଙ୍କୁ ତୁରନ୍ତ ବାଲିକୁଦା ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଯାଇଥିଲେ | ମାତ୍ର ଦୁଃଖର ବିଷୟ ଏହିଁଯେ,ଡାକ୍ତର ସେହି ଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ଖବର ପାଇ ବାଲିକୁଦା ଥାନା ଅଧିକାରୀ ସେଠାରେ ପଂହଁଚି ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛନ୍ତି ବୋଲି ସୂଚନା ମିଳିଛି | ଏହି ଦୁଃଖର ଖବର ଶୁଣି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବହୁ ବଦାନ୍ୟ ବ୍ୟକ୍ତି ସେଠାରେ ପହଂଚି ଶୋକ ସନ୍ତପ୍ତ ପରିବାର କୁ ସାନ୍ତ୍ୱନା ପ୍ରଦାନ କରିଥିବାର ଦେଖିବାକୁ ମିଳିଥିଲା | ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା ହେଉଥିଲା, ଅଟୋ ସହିଲାନି ସୁଖ ସଂସାର ଛଡେଇ ନେଲା ସେ ଶଙ୍ଖା ସିନ୍ଦୁର |

ବାଲିକୁଦା ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଅଞ୍ଜୁମନ ବାଲୁବିଶିର ସମାଜସେବୀ ପାଳନ କଲେ 74 ତମ ଗଣତନ୍ତ୍ର ଦିବସ

Sunil Chandra Nayak

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ବନ୍ଧୁଗାଁରେ ଶ୍ରୀ ଶ୍ରୀ ଶ୍ରୀ ମାଁ ଅଗ୍ନି ଗାଙ୍ଗାମାଁଙ୍କ ଘଣ୍ଟ ଯାତ୍ରା ମାର୍ଚ ୨ରୁ ୧୦ ପର୍ଯ୍ୟନ୍ତ

Sunil Chandra Nayak

Leave a Comment

error: Content is protected !!