ଢେ଼ଙ୍କାନାଳ(ମ ସୀ ହା)୦୯/୦୫_ ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଢେଙ୍କାନାଳ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲା କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାଲକୋର ନିର୍ଦ୍ଦେଶକ(କମର୍ସିଆଲ) ଶ୍ରୀ ସଦାଶିବ ସାମନ୍ତରାୟ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଶ୍ରୀ କୃଷ୍ଣଚନ୍ଦ୍ର ଆଇଚ୍ ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, ସାରସ୍ୱତ ସାଧକ ପଦ୍ମଶ୍ରୀ ପଣ୍ଡିତ ଡଃ. ଅନ୍ତର୍ଯ୍ୟାମୀ ମିଶ୍ର, ଚଳଚିତ୍ର ପ୍ରଯୋଜନ ଘନଶ୍ୟାମ ମହାପାତ୍ର, ଆରକ୍ଷୀ ଅଧିକାରୀ, ଆସିକା ଶ୍ରୀ ପ୍ରଶାନ୍ତ ସାହୁ, ପରିବେଶବିତ୍ ଶୁଭ୍ରାଂଶୁ ସତପଥି , ସମାଜ ସେବିକା ସୁଶ୍ରୀ ଅଙ୍କିତା ସାହୁ ଏବଂ ସମାଜସେବୀ ଦଣ୍ଡଧର ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଢେଙ୍କାନାଳ ଉତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା ତଥା ରାଜ୍ୟରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦର ସଂପାଦକ ଶ୍ରୀ ପ୍ରେମାନନ୍ଦ ବିଶ୍ୱାଳଙ୍କୁ ‘ଢେଙ୍କାନାଳ ଗୌରବ ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିଲା ।