ନବରଙ୍ଗପୁର, ୧୦/୦୫(ମସିହା) ଆସନ୍ତା ୧୩ ତାରିଖ ଶନିବାର ଦିନ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଟିତ ହେବାକୁ ଯାଉଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ. ସଂଜୀବ ଦୁବେ ଆଦେଶ କ୍ରମେ ନବରଙ୍ଗପୁର, ଉମରକୋଟ, ରାଇଘର, ଚନ୍ଦହାଣ୍ଡି ଓ ଝରିଗାଁ ରେ ଥିବା ବିଚାରାଳୟ ଗୁଡିକରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୩ ଅନୁଷ୍ଟିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଧମା ଯଥା-ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟ।ଙ୍କ ଋଣ, ବିଦୁତ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଇତ୍ୟାଦି ମକଦ୍ଧମାର ଅପୋକ୍ଷ ସହମତିରେ ସହଜ, ଚୁଡାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ । ଏହି ଲୋକ ଅଦାଲତରେ କେବଳ ବିଚାରଧୀନ ମକଦ୍ଧମା ନୁହେଁ, ବରଂ ପ୍ରାକ- ମକଦ୍ଧମା ସ୍ତରୀୟ (ମକଦ୍ଧମାକୁ ଯିବା ପୂର୍ବରୁ) ବିବାଦ ଯଥା- ବ୍ୟ।ଙ୍କ ଋଣ ଦେୟ, ବିଜୁଳି/ ଜଳଯୋଗାଣ ଦେୟ, ଚେକ ବାଉନ୍ସ ସମ୍ବଦ୍ଧିୟ ବିବାଦ, ଶ୍ରମବିବାଦ ଇତ୍ୟାଦିର ଅପୋକ୍ଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ । ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଯୋଗାଯୋଗ ନମ୍ବର. ୦୬୮୫୮-୨୨୨୪୪୫.
next post