ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁଥ୍ ହଷ୍ଟେଲର ବିଶ୍ବ ପରିବେଶ ଦିବସ ପାଳନ 

ୟୁଥ୍ ହଷ୍ଟେଲର ବିଶ୍ବ ପରିବେଶ ଦିବସ ପାଳନ 

ରାଉରକେଲା: ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ରାଉରକେଲା ୟୁନିଟ୍ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା l ଏହି ଅବସରରେ ସେକ୍ଟର -୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୨୫ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବିଣ କୁମାର ଶର୍ମା ଓ ଅନ୍ୟ ନିମନ୍ତ୍ରିତ ଅତିଥି ଏବଂ ବିଚାରପତି ମାନଙ୍କ ସହିତ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଅନୁଷ୍ଠାନର ସଭାପତି ପ୍ରତାପ କୁମାର ସ୍ୱାଇଁ । ସଚିବ ନିରଞ୍ଜନ ବେହେରା ସ୍ଵାଗତ ଭାଷଣ ରଖିଥିଲେ ଏବଂ ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁ ସଂଯୋଜନା କରିଥିଲେ । ୟୁଥ୍ ହଷ୍ଟେଲର ରାଉରକେଲା ୟୁନିଟ୍ ଏହାର ପରିସରରେ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଏନ୍ଆଇଟି ର ଡିନ୍ ଚନ୍ଦନ କୁମାର ସାହୁ ମୁଖ୍ୟ ଅତିଥି ଓ ଅନୁବିନ୍ଦା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ଉଭୟ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଗ୍ଲୋବାଲ ୱାର୍ମିଙ୍ଗ ସହିତ ବର୍ତ୍ତମାନର ପରିବେଶ ସମସ୍ୟା ଉପରେ ନିଜର ମତବ୍ୟକ୍ତ ଉପସ୍ଥାପନା କରିଥିଲେ । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଆଖ ପାଖ ଅଞ୍ଚଳକୁ ସଫା ରଖିବା ସବୁଜ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଦ୍ଵାରା ଅଧିକ ବୃକ୍ଷ ରୋପଣ ପାଇଁ ଗୁରୁତ୍ଵାରୋପ କରିଥିଲେ l ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ଏବଂ ସଭାପତିଙ୍କ ଦ୍ଵାରା ଉଭୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତାର ବିଜେତା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ସେହିପରି ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ମଧ୍ଯ ମୁଖ୍ୟ ଅତିଥିଙ୍କ ଦ୍ଵାରା ରାଉରକେଲାର ସାଇକେଲ୍ ଚାଳକ ମାନଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମରେ ସଂଗଠନ ଚିବସ, ସରୋଜ ପଟ୍ଟନାୟକ , ଉପସଭାପତି ଅମିତାଭ ଠାକୁର, ଦେବାଶିଷ ମହାନ୍ତି, ନୀଳମଣି ମହାପାତ୍ର, ବିଜୟ କୁମାର ପଣ୍ଡା,ସୁରେଶ କୁମାର ଦାସ, ଆନନ୍ଦ ଅଗ୍ରୱାଲ, ନିରଞ୍ଜନ ସାମଲ, ସମରକାନ୍ତ ମଲ୍ଲିକ, ସୁଚିତ୍ରା ମଲ୍ଲିକ, ଲୁସି ଦାସ, ସୁନନ୍ଦା ସାମଲ, ମିନାକ୍ଷୀ ପାଢୀ, କାମିନି ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଉଦ୍ଘୋଷିକା ମୋନାଲିସା ଗୌଡ ମଞ୍ଚ ସଂଯୋଜନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Sunil Chandra Nayak

ଖେଳକୁଦ ବୟସ ରେ ଅଚଳ ହୋଇ ରହିଗଲେ ନାବାଳିକା

masiha

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ: ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ 

Sunil Chandra Nayak

Leave a Comment

error: Content is protected !!