ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ସୁଶାନ୍ତ ରଣା ପାଇବେ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

କବି ସୁଶାନ୍ତ ରଣା ପାଇବେ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

କଳାହାଣ୍ଡି: ତେରେସିଂହା ଗ୍ରାମର ଯୁବକବି ସୁଶାନ୍ତ ରଣା “ବିକ୍ଷିପ୍ତା ଜ୍ୟୋତି ସମ୍ମାନ” ରେ ସମ୍ବର୍ଦ୍ଧିତ ହେବେ I ଏନେଇ ଗଞ୍ଜାମ ଜିଲ୍ଲା ର ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ନାମ ଘୋଷଣା କରାଯାଇଛି I ଆସନ୍ତା ୧୩ ଓ ୧୪ ତାରିଖରେ ହେବାକୁ ଥିବା ଅନ୍ତର୍ଜିଲ୍ଲା ବିକ୍ଷିପ୍ତା ସାହିତ୍ୟ ସମ୍ମିଳନୀରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି l କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ମାଟି ତେରେସିଂହା ଗ୍ରାମର ଭରତ ରଣା ଓ ମାତା ପାଟବତୀ ରଣାଙ୍କ ପୁତ୍ର ସୁଶାନ୍ତ ରଣା ଜଣେ କବି, ଗାଳ୍ପିକ ତଥା ଯୁବ ସାମ୍ବାଦିକ l ଛାତ୍ର ଜୀବନରୁ ହିଁ ସାହିତ୍ୟ ପ୍ରତି ଆଗ୍ରହ ରଖିଥିବା ଶ୍ରୀ ରଣା ଶତାଧିକ କବିତା, ଗଳ୍ପ ଲେଖିବା ସହ ଲେଖା ଜାରି ରଖିଛନ୍ତି l ବିଭିନ୍ନ ଖବର କାଗଜ ଓ ସାମାଜିକ ଗଣମାଧ୍ୟମରେ ତାଙ୍କ ରଚିତ ଅନେକ କବିତା/ଗଳ୍ପ ପ୍ରକାଶିତ ହୋଇଥିବା ବେଳେ ଏଫ୍.ଏମ୍ ୧୦୪ ରେଡ଼ିଓ ଷ୍ଟେସନ୍ ରେ ଅନେକ ସମ୍ବଲପୁରୀ କଥାନି ପ୍ରସାରିତ ହୋଇ ବେଶ ପାଠକୀୟ ଆଦୃତ ଲାଭ କରିପାରିଛି l କବିତା, ଗଳ୍ପ ଓ ସାମ୍ବାଦିକତା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଆସନ୍ତା ୧୪ ତାରିଖରେ “ବିକ୍ଷିପ୍ତା ଜ୍ୟୋତି ସମ୍ମାନ” ଗ୍ରହଣ କରବେ ବୋଲି ପ୍ରକାଶ କରିଛନ୍ତି l 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ଅବ୍ୟବସ୍ଥା ମଧ୍ୟରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର 

masiha

ମୃତକ ଭରତ ଦେଓଗାମଙ୍କୁ ଭାଜପାର ଜିଲ୍ଲା କମିଟିରେ ସୁଯୋଗ 

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

Leave a Comment

error: Content is protected !!