ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱକୁ ନେଇ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ

ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱକୁ ନେଇ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ

ମାନସିକ ସ୍ୱାସ୍ଥ୍ୟ ଉପରେ ନିର୍ଭରଶୀଳ ସାମଗ୍ରିକ ସ୍ୱାସ୍ଥ୍ୟ

ମୟୂରଭଞ୍ଜ: ୧୯./୧୨. ( ମସିହା)ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପ୍ତ କରିବା ପାଇଁ ଶନିବାର ଦିନ ଅନୁଷ୍ଠିତ ହୋଇଛି ଜିଲ୍ଲା ସ୍ତରୀୟ ସମ୍ବେଦନଶୀଳ ଓ ସଚେତନତା ବୈଠକ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂଯୋଜକ ଭାବେ ଡଃ ପ୍ରଜ୍ଞା ପାରମିତା ଗିରି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ।

ଏହି କାର୍ଯ୍ୟକ୍ରମରେ, ଅନ୍ୟମାନଙ୍କ ମଧ୍ୟରେ, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ସବିତା ମାଝୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ବିଜୟ କୁମାର ଦାସ, ଜିଲ୍ଲା ମେଡିକାଲ ଅଧିକାରୀ ଡଃ ଜ୍ଞାନ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ସଂଯୋଜିକା ଡଃ ଦେବଦତ୍ତା, ଡଃ ମାନସ ରଞ୍ଜନ ଦାସ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ପ୍ରମୁଖ ମଂଚାସୀନ ଥିଲେ।

ବର୍ତ୍ତମାନର ଜୀବନ ଶୈଳୀ, ସମ୍ପର୍କରେ ପାଠ, ବିଭିନ୍ନ ପ୍ରକାର ଚିନ୍ତା ଲୋକଙ୍କୁ ମାନସିକ ରୋଗରେ ପୀଡିତ କରାଇଥାଏ। ମାନସିକ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ଓ ଶକ୍ତିଶାଳୀ କରିବାର ସରକାରଙ୍କର ଲକ୍ଷ୍ୟ, ଏଣୁ ମାନସିକ ସ୍ଵାସ୍ଥ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଡବଲୁଏଚଓ ପ୍ରମାଣ ଗୁଡିକର ମୁଲ୍ୟ।ଙ୍କନ କରୁଛି ଏବଂ ଏହି ସୂଚନା ଗୁଡିକୁ ପ୍ରଚାର କରିବା ଓ ପ୍ରଭାବୀ ରଣନୀତିକୁ ନୀତି ଓ ଯୋଜନାରେ ସମନ୍ୱିତ କରିବା ପାଇଁ ସରକାରଙ୍କ ପ୍ରଚେଷ୍ଟା ରହିଛି। 

ସୂଚନା ଥାଉକି, ମୟୂରଭଞ୍ଜ ଜିଲ୍ଲାରେ ଏହି ସମସ୍ୟାର ନିଦାନ ପାଇଁ ତୃଣମୂଳ ସ୍ତରରେ କିଭଳି କାର୍ଯ୍ୟ କରାଯିବ ସେ ବିଷୟରେ ସୂଚନା ଦେଇ ଡଃ ଗିରି କହିଥିଲେଯେ; ମାନସିକ ସ୍ୱାସ୍ଥ୍ୟର ପ୍ରାଦୁର୍ଭାବ, ବୃଦ୍ଧାବୃଦ୍ଧ ଜନସଂଖ୍ୟାରେ ଏହି ସମସ୍ୟା ବିଶେଷ ଦେଖା ଦେବା, ଏହି ପରିପ୍ରେକ୍ଷୀରେ ମାନସିକ ବିଷୟବସ୍ତୁ ଅଧ୍ୟୟନ, କିଶୋର, କିଶୋରୀ ମାନଙ୍କ ଠାରେ ଦେଖା ଯାଉଥିବା ମାନସିକ ସମସ୍ୟା ଓ ଏହାର ଚିକିତ୍ସା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯିବ। ଜିଲ୍ଲାରେ ଥିବା ୨୬ଟି ବ୍ଲକରେ ଥିବା ସମସ୍ତ ଆଦିବାସୀ କ୍ଲଷ୍ଟରରେ ଏହି ସମସ୍ୟା ଜନିତ ବିଶେଷ ପଦକ୍ଷେପ ନିଆଯିବା ସହିତ କିଭଳି ଭାବେ ଏହି ମାନସିକ ସ୍ୱାସ୍ଥ୍ୟ ଜନିତ ସଚେତନତାକୁ ତ୍ୱରାନ୍ୱିତ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା।

ନିଜ ଅଭିଭାଷଣରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେଯେ ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଏକ ବଡ଼ ଆହ୍ୱାନ। କାରଣ ବର୍ତ୍ତମାନ ସମୟରେ ଚାପ, ଚିନ୍ତା ଏବଂ ଉଦାସୀନତା ଗମ୍ଭୀର ସମସ୍ୟା ଭାବେ ଉଭାହୋଇଛି। ତଥାପି ଲୋକମାନେ ମାନସିକ ରୋଗକୁ ଗୁରୁତର ରୂପେ ନିଅନ୍ତି ନାହିଁ। ବିଶେଷ କରି ଏହି ସମସ୍ୟାକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ସମୟରେ ଲଜ୍ଜାକର ମନେକରନ୍ତି। ଫଳରେ ମାନସିକ ରୋଗ ଧୀରେ ଧୀରେ ଗମ୍ଭୀର ହୋଇଯାଏ, ଆଉ ଜୀବନକୁ ବିପଦରେ ପକାଏ। ଏଥିପାଇଁ ସମସ୍ତେ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ଏବଂ ଏହି ସମସ୍ୟାକୁ କିଭଳି ତୃଣମୂଳ ସ୍ତରରେ ମୁଳୋତ୍ପାଟନ କରିହେବ ସେ ବିଷୟରେ ପ୍ରତ୍ୟେକ ମଣିଷ ଧ୍ୟାନ ଦେବା ନିହାତି ଆବଶ୍ୟକ।

ସୂଚନା ଥାଉଁଯେ, ଓଡିଶାର ୫ଟି ଜିଲ୍ଲା: ମୟୂରଭଞ୍ଜ, ଗଜପତି, ଝାରସୁଗୁଡା, ଅନୁଗୁଳ, କେନ୍ଦୁଝର ଏହି କାର୍ଯ୍ୟକ୍ରମର ବିଶେଷ ଅଂଶ ହେବେ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚିତ ହୋଇଛି ଏବଂ ସେହି ପରିପ୍ରେକ୍ଷୀରେ ସମନ୍ୱିତ ବିକାଶ ଲକ୍ଷରେ ଏହି ଯୋଜନାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତ୍ୱରାନ୍ୱିତ କରୁଛି। ଆଜି ବି ଲୋକମାନେ ଉଦାସୀନତା ଏବଂ ଚାପକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭାବରେ ଗ୍ରହଣ କରନ୍ତି ନାହିଁ ଏବଂ ଏହାକୁ ଅଣଦେଖା କରନ୍ତି। କିନ୍ତୁ ଏହି ସମସ୍ୟା ଭବିଷ୍ୟତରେ ଗମ୍ଭୀର ପରିଣାମ ଆଣିପାରେ। ଲୋକମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱକୁ ବୁଝାଇବା ପାଇଁ ଶିକ୍ଷା, ସୂଚନା ଓ ଯୋଗାଯୋଗ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସେମିନାର ମାଧ୍ୟମରେ ଲୋକମାନଙ୍କୁ ଏନେଇ ସଚେତନ କରାଯିବା ପାଇଁ ପଦକ୍ଷେପ ନିଆଯିବ। 

ଏହି କାର୍ଯ୍ୟକ୍ରମ ତଥା କର୍ମଶାଳାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ମେଡିକାଲ ଅଧିକାରୀ, କର୍ମକର୍ତ୍ତା ଏବଂ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିଲେ ଏବଂ ଏହି କର୍ମଶାଳାରେ ଯୋଗ ଦେଇ ଏହି ଅଭିଯାନକୁ ଆଗେଇ ନେବାପାଇଁ ବିଭିନ୍ନ ମତପୋଷଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜୁନିୟର୍ ପେନଚାକ ସିଲାଟ ପ୍ରତିଯୋଗିତା ରେ ନବରଙ୍ଗପୁର କୁ ୧୩ଟି ପଦକ

Sunil Chandra Nayak

ବନ୍ଦେ ଭାରତ ଏକ୍ସପ୍ରେସ କୁ ସ୍ୱାଗତ

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!