ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ବନଖଣ୍ଡର ବାର୍ଷିକ ସମୀକ୍ଷା ବୈଠକ

ରାଇରଙ୍ଗପୁର ବନଖଣ୍ଡର ବାର୍ଷିକ ସମୀକ୍ଷା ବୈଠକ

ମୟୂରଭଂଜ – ୧୫/୧୦ — ରାଇରଙ୍ଗପୁରସ୍ଥ ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ରାଇରଙ୍ଗପୁର ବନଖଣ୍ଡ ତରଫରୁ ଓଡିଶାର ଵନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସମୀକ୍ଷା ୨୦୨୪-୨୫ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ,ସମ୍ମାନିତ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ଵେହେରା,ଏସିଏଫ ରଞ୍ଜନ କୁମାର ବେହେରା,ଏସିଏଫ ପ୍ରଭାକର ମଲ୍ଲିକ,,ଏସିଏଫ ମତଦାନ ବନ୍ୟାଞ୍ଚଳ ଧରିତ୍ରୀ ମୁର୍ମୁ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ମୁଖଯ ଅତିଥି କହିଥିଲେ ପ୍ରକୃତି ଓ ମଣିଷ ପରସ୍ପରର ପରିପୂରକ ।ତେଣୁ ପ୍ରକୃତି,ଜଙ୍ଗଲ,ପରିବେଶ ସୁରକ୍ଷା ଆମର ଦାୟିତ୍ବ । ଜଙ୍ଗଲର ଋଣ କେହି ବି ସୁଝି ପାରିବେ ନାହିଁ । ଜଙ୍ଗଲ ରେ ପ୍ରଚୁର ଔଷଧୀୟ ବୃକ୍ଷ ,ଜଙ୍ଗଲ ଜାତ ଦ୍ରବ୍ଯ,ଜୀବଜନ୍ତୁ ସବୁକିଛି ଉପଲବ୍ଧ ହୋଇଥାଏ । ଜଙ୍ଗଲକୁ ଯେମିତି ସୁରକ୍ଷା କରିବା ଆମର ଦାୟିତ୍ବ ଜୀବଜନ୍ତୁ କୁ ସୁରକ୍ଷା ମଧ୍ୟ ଆମର ଦାୟିତ୍ବ ।ଜଙ୍ଗଲ ନିକଟସ୍ଥ ଲୋକମାନେ ଜଙ୍ଗଲ ସୁରକ୍ଷା କରିଥାନ୍ତି ।ତେଣୁ ଜଙ୍ଗଲ ପାଖରେ ରହୁଥିବା ଲୋକଙ୍କ ଜୀବନ ଜୀବିକାର ଉନ୍ନତି ଓ ଉଜୁଡା ଜଙ୍ଗଲ ସୁରକ୍ଷା ହେଉଛି ବର୍ତ୍ତମାନର ଆହ୍ବାନ ।ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ତରଫରୁ ବନବାସୀ ଙ୍କ କଲ୍ୟାଣ ନିମନ୍ତେ ଓ ଉଜୁଡା ଜଙ୍ଗଲକୁ ନୂତନ ବନୀକରଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ସମସ୍ତେ ବୃକ୍ଷ ରୋପଣ କରିବା ସହ ଵୃକ୍ଷର ସୁରକ୍ଷା ପାଇଁ ଅଣ୍ଟା ଭିଡିବା ଉଚିତ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଵନଖଣ୍ଡର ୫ ଟି ବନାଞ୍ଚଳ ଯଥା ରାଇରଙ୍ଗପୁର, ଵହଳଦା,ବାଦାମ ପାହାଡ଼,ବିଶୋଇ ଏବଂ ମଣଦା ବନାଞ୍ଚଳର ୧୦୮ ଟି ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ଯୋଗ ଦେବା ସହ ସ୍ବୟଂ ସହାୟିକା ଗୋଷ୍ଠୀର କର୍ମୀ,ବନସହାୟକ କର୍ମି ଯୋଗ ଦେଇଥିଲେ ।୨୦୧୭ ମସିହାରୁ ୨୦୨୭ ପର୍ଯ୍ୟନ୍ତ ଚାଲୁଥିବା ପ୍ରକଳ୍ପ ୨୦୧୭ ରରୁ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ହୋଇଥିଲା ।ଏଥିରେ ବନ ସୁରକ୍ଷା ସମିତିର ଚାଷୀମାନଙ୍କୁ ଆତ୍ମ ନିର୍ଭରଶୀଳ ପାଇଁ ମାଛ ଚାଷ,କୁକୁଡ଼ା ଚାଷ,ଛେଳି ଚାଷ, ପରିବା ଚାଷ,ରାସ୍ତାଘାଟ,ଜଳାଶୟ, ପାଣି,ବିଜୁଳି ସଂଯୋଗୀକରଣ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ୫ ଟି ବନାଞ୍ଚଳର ସ୍ଵୟଂସହାୟିକା ଗୋଷ୍ଠୀ ତରଫରୁ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ଷ୍ଟଲ ପ୍ରଦର୍ଶିତ ହୋଇଥିଲା ।ମହୁ,ଝୁଣା,ନିମତେଲ,ବାଉଁଶ କାରିଗର, ଲାଖ,ପାହାଳ,ମାଣ୍ଡିଆ,ହଳଦୀଗୁଣ୍ଡ,ଜଙ୍ଗଲ ଜାତ ପଦାର୍ଥ ଅଁଳା,ହରିଡା,ବାହାଡା ଇତ୍ଯାଦି ପ୍ରଦର୍ଶିତ ହୋଇଥିଲା ‌। ଏସଏଚଜି ମାନଙ୍କୁ ଦିଆଯାଇଥିବା ଆର୍ଥିକ ସହାୟତାରେ ସେମାନେ କିଭଳି ସ୍ବାବଲମ୍ଵି ହୋଇଥିଲେ ତାହା ବର୍ଣନା କରିବା ସହ ପ୍ରଦର୍ଶିତ ଷ୍ଟଲ ତାହାର ମୂକ ସାକ୍ଷୀ ଥିଲା । ମଣଦା ବନାଞ୍ଚଳ କୁ ଶ୍ରେଷ୍ଠ ପାରଦର୍ଶିତା ରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଵନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ସେନାପତି,,ବାଦାମ ପାହାଡ଼ ବନାଞ୍ଚଳ ଅଧିକାରୀ ଅଜିତ ମହାନ୍ତି,ବିଶୋଇ ବନାଞ୍ଚଳ ଅଧିକାରୀ ଖିରୋଧ ଚନ୍ଦ୍ର ସିଂ ,ବନ ସୁରକ୍ଷା ସମିତିର ସଭାପତି,ସଂପାଦକ,ଏସଏଚଜି ର ସଭାପତି ସଂପାଦକ ,ସମସ୍ତ ବନ କର୍ମଚାରୀ,ବିଶେଷଜ୍ଞ ତ୍ରିଲୋଚନ ରାୟ,ସଂଯୋଜକ ଅଭିଷେକ ପରୀକ୍ଷା,ସୁଶାନ୍ତ ବାରିକ,ରାଜୀବ ଲୋଚନ ପଲାଇ,ବିଜୟ କେତନ ବିଶ୍ବାଳ,ତାରାକାନ୍ତ ପଣ୍ଡା,ଶିଖା ଆଗ୍ରା,ଗୋବିନ୍ଦ ମାଝୀ,ରଶ୍ମିରଞ୍ଜନ ମହାନ୍ତ,ଶକ୍ତି ଦତ୍ତ ମହାପାତ୍ର,ଆଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ଏମସିଏଫ୍ ପ୍ରଭାକର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତରଫରୁ ସ୍ଵତନ୍ତ୍ର ଶିବିର

masiha

ଶ୍ରାବଣ ମାସରେ ଶୁଖିଲା ପଡିଛି ପୋଖରୀ

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏକ ମଣିଷ ଗଢ଼ା କାରଖାନା, କହିଲେ ମୁଖ୍ୟ ଅତିଥି 

masiha

Leave a Comment

error: Content is protected !!